Odiapua.com

ଓଏଏଲ୍ପି ଦ୍ୱାରା ପୁରସ୍କୃତ ୩୨ ବ୍ଲକ ପାଇଁ ପଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ଚୁକ୍ତି ସାକ୍ଷର ଓଏଲ୍ଏପି ଚୁକ୍ତି ସ୍ୱାକ୍ଷର ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ଏକ ବୃହତ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୧୬ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଓପନ୍ ଏକ୍ରେଜ୍ ଲାଇନସେସିଂ ପ୍ରୋଗ୍ରାମ (ଓଏଏଲ୍ପି) ଅଧୀନରେ ଦ୍ୱିତୀୟ ଓ ତୃତୀୟ ବିଡ୍ ରାଉଣ୍ଡରେ ପୁରସ୍କୃତ ୩୨ ବ୍ଲକ ପାଇଁ ଚୁକ୍ତି ସାକ୍ଷର କରିଛି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କ୍ରୁଡ୍ ଅଏଲ୍ ଏବଂ ଗ୍ୟାସର ଉତ୍ପାଦନ ବଢାଇବା ସରକାରଙ୍କ ପ୍ରାଥମିକତା। ଦେଶରେ ରିଫାଇନାରୀର ନେଟ୍ୱାର୍କ ଏବଂ ବଜାର ପ୍ରତିଷ୍ଠିତ ଅଛି। ଆଗାମୀ ଦିନରେ ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ଆଜିର ଓଏଲଏପି କଂଟ୍ରାକ୍ଟ ଏହି ଦିଗରେ ବୃହତ ପଦକ୍ଷେପ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଗାମୀ ଦିନରେ ଭାରତ ୫ ଟ୍ରିଲିୟନର ଅର୍ଥନୀତି ହେବାକୁ ଯାଉଛି। ଏଥିପାଇଁ ଉର୍ଜା ସୁରକ୍ଷା, ଉପଲବ୍ଧି ଓ ଅଭିଗମ୍ୟତା ହେବା ଆବଶ୍ୟକ। ଆଗାମୀ କିଛି ବର୍ଷରେ ଭାରତ ଉର୍ଜା ବ୍ୟବହାର କ୍ଷେତ୍ରରେ ଚିନକୁ ଟପିବ। ଗତ ୫ ବର୍ଷରେ ଉର୍ଜା ଓ ପେଟ୍ରୋଲିୟମ କ୍ଷେତ୍ରରେ ବହୁ ସଂସ୍କାର ଅଣାଯାଇଛିା ଦେଶର ଉତ୍ପାଦନ ବଂଟନରୁ ରାଜସ୍ୱ ବଂଟନ ଏବଂ ବର୍ତମାନ ସର୍ବାଧିକ କାର୍ଯ୍ୟ ପ୍ରତିଶ୍ରୁତି କାର୍ଯ୍ୟକ୍ରମକୁ ପହଁଚିଛି, ଯାହା ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ।

ଓଏଲଏପିର ସଫଳ ବିଡରଙ୍କୁ ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇଛନ୍ତି ଯେ, ଆଲୋଚନା ଓ ବୁଝାମଣା ମାଧ୍ୟମରେ କୌଣସି ବିଷୟର ସମାଧାନ କରାଯାଇପାରିବ ଏବଂ କୌଣସି ପ୍ରକଳ୍ପ ବିଳମ୍ବ ହେବା ଉଚିତ୍ ନୁହେଁ।