Odiapua.com

ଐତିହାସିକ କାଳିମେଘା ମେଳନ ପଡ଼ିଆ ଉନ୍ନତୀକରଣର ଶିଳାନ୍ୟାସ ଉତ୍ସବ, ମୁକୁନ୍ଦପୁର ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ମୋର ଲକ୍ଷ୍ୟ – ବିଷ୍ଣୁବ୍ରତ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ଅଧୀନ ମୁକୁନ୍ଦପୁର ପଞ୍ଚାୟତର ଐତିହାସିକ କାଳିମେଘା ମେଳନ ପଡ଼ିଆ ଉନ୍ନତୀକରଣର ଶୁଭ ଶିଳାନ୍ୟାସ ଉତ୍ସବ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବାସୁଦେବପୁରର ଯୁବ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଉନ୍ନତୀକରଣର ଶିଳାନ୍ୟାସ କରିଥିଲେ । ଏହି ଶିଳାନ୍ୟାସ କରିବା ଅବସରରେ ଶ୍ରୀ ରାଉତରାୟ କହିଥିଲେ ଯେ, ଓଡ଼ିଶାର ନବୀନ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ଦିଗରେ ଗୁରୁତ୍ୱ ଦେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଦ୍ୟୁତକରଣ ଇତ୍ୟାଦି ସହିତ ଉନ୍ନତ ଶିକ୍ଷା ପାଇଁ ୫-ଟି ରୂପାନ୍ତରୀକରଣ ସ୍କୁଲ ନିର୍ମାଣ କରୁଛନ୍ତି । ସରକାରଙ୍କ ଲକ୍ଷ୍ୟ ପୂରଣ କରିବା ପାଇଁ ମୁକୁନ୍ଦପୁର ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବାକୁ ମୁଁ ଲକ୍ଷ୍ୟ ରଖିଛି ବୋଲି କହିଥିଲେ ।

ଏହି ଶିଳାନ୍ୟାସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବ୍ଲକ କନିଷ୍ଠ ଯନ୍ତ୍ରୀ ଭରତ ଚନ୍ଦ୍ର ବିଶ୍ୱାଳଙ୍କ ସମେତ ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ଜିଲାପରିଷଦ ପ୍ରତିନିଧି ଉମାକାନ୍ତ ସେଠୀ, ପଞ୍ଚାୟତ ବିଜେଡି ସଭାପତି ଗଣେଶ ଚନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ବସନ୍ତ ପତି ଓ କୀର୍ତ୍ତନ ରାଉତ, ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ମହାଳିକ, ମେଳନ କମିଟି ସଭାପତି ବାଣିକଲ୍ୟାଣ ମହାପାତ୍ର, ବିଜେଡି ଜିଲା ଉପସଭାପତି ସୁରେନ୍ଦ୍ର କୁମାର ନାୟକ, ସୂର୍ଯ୍ୟବାହିନୀ ସଭାପତି କମଳାକାନ୍ତ ସ୍ୱାଇଁ, ଶିକ୍ଷାବିତ୍ ଧର୍ମପଦ ଗ୍ରହାଚାର୍ଯ୍ୟ, ଯୁବନେତା ସୁଜିତ୍ ପ୍ରଧାନ, ପଦ୍ମଲୋଚନ ପତି, ରାଜୁ ରାଉତ, ସତ୍ୟବ୍ରତ ନାୟକ, ଲୁନା ମହଲା, ବିଭୂତିଭୂଷଣ ପାଟ, ସହଦେବ ଦଳେଇ, ପିଣ୍ଟୁ ପଣ୍ଡା, ଅଜୟ କୁମାର ବେହେରା, ବାପି ପଣ୍ଡା, ବାଦଲ ମହାଳିକ, ବେଣୁଧର ନାୟକ, ସନାତନ ନାୟକ, ସର୍ବେଶ୍ୱର ପରିଡ଼ା, ଗୋକୁଳାନନ୍ଦ ମଳିକ, ଧର୍ମାନନ୍ଦ ବେହେରା, ଅଭୟ କୁମାର ବିଶ୍ୱାଳ ପ୍ରମୁଖ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ପ୍ରଥମେ ତହସିଲ ଛକରୁ ଏକ ବାଇକ୍ ଶୋଭାଯାତ୍ରାରେ ବିଧାୟକଙ୍କୁ କାଳିମେଘା ମେଳନ ପଡ଼ିଆକୁ ନିଆଯାଇଥିଲା ।