Odiapua.com

ଐତିହାସିକ କାଳିମେଘା ମେଳନ ପ୍ରସ୍ତୁତି ବୈଠକ, ଶାନ୍ତି ଶୃଙ୍ଖଳାକୁ ନେଇ ଆଲୋଚନା

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ଐତିହାସିକ କାଳିମେଘା ମେଳନ ପାଇଁ ଠାକୁରସେବକ ଓ ମେଳନ କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଶନିବାର କାଳିମେଘା ଦଧିବାମନ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ମେଳନ କମିଟି ସଭାପତି ବାଣିକଲ୍ୟାଣ ମହାପାତ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଗଣେଶ ପ୍ରସାଦ ନାୟକଙ୍କ ସଂଯୋଜନାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ମେଳନ ଦୋଳ ପୂର୍ଣ୍ଣିମାରେ ଆରମ୍ଭ ହୋଇ ପରଦିନ ସନ୍ଧ୍ୟାରେ ଶେଷ ହୋଇଥାଏ। ଏହି ମେଳନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମେଳନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ପ୍ରସ୍ତୁତି ବୈଠକରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା। ଏଥିସହିତ ମେଳନକୁ ଶୋଭାଯାତ୍ରାରେ ନମ୍ବର ଅନୁଯାୟୀ ଆସୁଥିବା ବିମାନ ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଶାନ୍ତି ଶୃଙ୍ଖଳାରେ କିପରି ମେଳନ ପଡ଼ିଆରେ ପହଂଚିବେ ସେନେଇ ଠାକୁରସେବକମାନଙ୍କ ସହିତ ଆଲୋଚନା କରାଯାଇଥିଲା। ମେଳନ ସମୟରେ ଡିଜେ ଗାଡ଼ି ଯାତାୟତ କରୁଥିବାରୁ ତିହିଡ଼ି ତହସିଲ ଛକରୁ ମେଳନ ପଡ଼ିଆକୁ ଯାଇଥିବା ରାସ୍ତା ଗହଳି ହେଉଛି। ସେଥିପାଇଁ କମିଟି ତଦାରଖ କରି ଗହଳିମୁକ୍ତ କରିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ମେଳନ ପଡ଼ିଆ ସମ୍ମୁଖରେ ଅସମ୍ପୂର୍ଣ୍ଣ ଥିବା ତୋରଣକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଠାକୁର ସେବକ ରବିନାରାୟଣ ପଣ୍ଡା, ସୁଶାନ୍ତ ପଣ୍ଡା, ନାରାୟଣ ନାୟକ, ଲକ୍ଷ୍ମୀଧର ତ୍ରିପାଠୀ, ରତିକାନ୍ତ ଦାସ, ସୁବାସ ଚନ୍ଦ୍ର ବେହେରା, କୀର୍ତନ ରାଉତ, ମହେଶ ଚନ୍ଦ୍ର ପାଟ, ଶ୍ରୀକାନ୍ତ ପଣ୍ଡା, ଅପୂର୍ବ ରଂଜନ ଦାସ, ରବିନ୍ଦ୍ର ଦାସ, ପୁରସ୍ତମ ମହାଳିକ, ପ୍ରହଲ୍ଲାଦ ମାହୁନ୍ତ, ସନାତନ ଭଂଜ, ଧନଞ୍ଜୟ ପଣ୍ଡା, ବିଜୟ ବଳ ଓ ଅଶୋକ ବଳ ପ୍ରମୁଖଙ୍କ ସମେତ ମେଳନ କମିଟିର ସଦସ୍ୟ ସୁରେଶ ଚନ୍ଦ୍ର ମହାପାତ୍ର, ଚିନ୍ତାମଣି ଦାସ, ଧର୍ମପଦ ଗ୍ରହାଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ମହାନ୍ତି, ପ୍ରଫୁଲ୍ଲ ରାଉତ, ଅଜୟ ରାଉତ, ପୀତାମ୍ବର ସେଠୀ, ବାଦଲ ମହାଳିକ, ବେଣୁଧର ନାୟକ, ଅଭୟ ନାୟକ, ପ୍ରକାଶ ନାୟକ, ଅମର ନାୟକ, ପ୍ରମୋଦ ରାଉତ, ସର୍ବେଶ୍ୱର ପରିଡ଼ା, ତୁଷାର ସ୍ୱାଇଁ, ସରୋଜ ରାଉତ, ରାକେଶ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।