Odiapua.com

ଏ.ଏନ ବିବେକାନନ୍ଦ ପବ୍ଲିକ ସ୍କୁଲର ଚତୁର୍ଥ “ବାର୍ଷିକ କ୍ରୀଡ଼ା ଉତ୍ସବ” ଉଦଯାପିତ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ବେଦପୁର ସ୍ଥିତ ଏ ଏନ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ମଙ୍ଗଳବାର ଦିନ ଉଦଯାପିତ ହୋଇ ଯାଇଛି। ଖେଳର ପ୍ରଥମ ଦିନରେ ବିଦ୍ୟାଳୟ ର ସମ୍ପାଦକ ନିରାକାର ଦଳାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଖେଳ ଆରମ୍ଭ କରିଥିଲେ ଏବଂ ଖେଳର ଶେଷ ଦିନରେ ବିଦ୍ୟାଳୟ ର ସଭାପତି ଅତିସ ରଞ୍ଜନ ନନ୍ଦ ଖେଳ ଉଦଯାପନ କରିଥିଲେ। ଅତିଥି ବିନୟ କୁମାର ମିଶ୍ର ଖେଳରେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ନାୟକ,ଉପ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ରାମ, ସହକର୍ମୀ ପୁଷ୍ପା ରାଣୀ ସାହୁ, ପ୍ରଜ୍ଞା ପରମିତା ସାହୁ, ସ୍ମୃତି ରେଖା ବେହେରା, ମନିଷା ଦାସ, ରଶ୍ମି ରେଖା ମହାନ୍ତି, ସ୍ୱିଟି ସୁଚିସ୍ମିତା ଦାସ, ବିଶ୍ୱରୂପା ଗାହାଣ,ଅନୁ ସୂୟା ସାହୁ ଙ୍କ ର ସହଯୋଗ ରେ ଖେଳ ପରିଚାଳନା ହୋଇଛି।୧୦୦ ରୁ ଉର୍ଦ୍ଧ୍ ଛାତ୍ର ଛାତ୍ରୀ ବିଭିନ୍ନ ବିଭାଗର ଖେଳରେ ଭାଗ ନେଇ ଥିଲେ । କୃତୀ ପ୍ରତିଯୋଗୀ ଙ୍କୁ ସ୍କୁଲ ର ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି।