Odiapua.com

ଏହି ଗାଁରେ ନାହିଁ ଟେଲି ସର୍ଭିସ

ଭୁବନେଶ୍ଵର,୨୦/୦୯,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ମୋବାଇଲ ଯୁଗ । ସହର କଣ ଗାଁଗହଳିରେ ବି ବିନା ମୋବାଇଲରେ ପ୍ରାୟତଃ କିଛି ବି ହେଉନାହିଁ । ସୂଚନା ମୁତାବକ ଓଡିଶାର ପ୍ରାୟ ୮ ହଜାର ଗାଁକୁ ଏବେ ବି ଟେଲି ଯୋଗାଯୋଗ ନାହିଁ। ବିଶେଷ କରି ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କୋରାପୁଟ ଓ ଗଜପତି ଜିଲ୍ଲାରେ ଅନେକ ଗାଁକୁ ଏବେ ବି ଟେଲି ଯୋଗାଯୋଗ ହୋଇ ପାରିନାହିଁ। କନ୍ଧମାଳରେ ୧୬୫୨, କୋରାପୁଟରେ ୧୦୨୦ ଓ ରାୟଗଡ଼ାରେ ୧୪୯୮ ଗାଁକୁ ଆଦୌ ଟେଲି ଯୋଗାଯୋଗ ସେବା ପହଞ୍ଚି ପାରିନାହିଁ।