Odiapua.com

ଏହି ଅଭିନେତାଙ୍କର ଆତ୍ମହତ୍ୟା

ମୁମ୍ବାଇ ୨୭-୧୨ (ଓଡ଼ିଆ ପୁଅ) : ଜଣାଶୁଣା ଟିଭି ଏବଂ ଫିଲ୍ମ ଅଭିନେତା କୁଶାଲ ପଞ୍ଜାବୀ ଶୁକ୍ରବାରଦିନ ସଂଧ୍ୟାରେ ମୁମ୍ବାଇରେ ନିଜର ବାନ୍ଦ୍ରା ସ୍ଥିତ ଘରେ ପାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ କେବଳ ୩୭ ବର୍ଷର ଥିଲେ। ଏହି ଖବର ପରେ ତାଙ୍କର ଫ୍ୟାନ୍ସ ଏବଂ ପରିଜନମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ଟିଭି ସିରିଏଲ ‘ଇଶ୍କ ମେ ମରଜାୱାଂ’ରେ ମଧ୍ୟ କାମ କରିଥିଲେ।

କୁଶଲ ପଞ୍ଜାବୀ ନିଜ ପତ୍ନୀ, ମାତା-ପିତା, ଭଉଣୀ ଏବଂ ଚାରି ବର୍ଷର ପୁଅକୁ ଛାଡ଼ିଚାଲିଯାଇଛନ୍ତି। କୁଶଲ ପଞ୍ଜାବୀ ଫରହାନ ଅଖତାର ଫିଲ୍ମ ଲକ୍ଷ୍ୟ, କରଣ ଜୋହରଙ୍କର ଫିଲ୍ମ କାଲ, ନିଖିଲ ଆଡୱାଣୀଙ୍କର ସଲାମ-ଏ-ଇଶ୍କ ଏବଂ ବିବେକ ଅଗ୍ନିହୋତ୍ରୀଙ୍କର ଦେ ଦନା ଦନ ଗୋଲ ଆଦି ସିନେମାରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ରିଏଲିଟି ସୋ, ୱେବ ସୋ, କୁସୁମ, ଇଶ୍କ ମେ ମରଜାୱାଂ ପରି ଅନେକ ଲୋକପ୍ରିୟ ଟିଭି ସିରିଏଲ୍ସ ରେ କାମ କରିଥିଲେ।