ନୂଆ ଦିଲ୍ଲୀ ୨୭-୧୦ (ଓଡ଼ିଆ ପୁଅ) “ଏହା କିପରି ସମ୍ଭବ ? ଖାଲି ସେତିକି ନୁହେଁ। ସେ ଜଣେ ଦକ୍ଷ କଳାକାର। କିନ୍ତୁ ଏକାଥରେ ୧୫ ଟି ଚିତ୍ର ଆଙ୍କିବା କଳାଠାରୁ ଅଧିକ ଏହା ଏକ ଚମତ୍କାର! ତାଙ୍କ ନିକଟରେ କେହି ଅଛନ୍ତି ଯିଏ ଏହି କୀର୍ତ୍ତି ନିଶ୍ଚିତ କରିପାରିବ? ଯଦି ଏହା ସତ୍ୟ, ତେବେ ତାଙ୍କୁ ଉତ୍ସାହିତ କରାଯିବା ଆବଶ୍ୟକ ଏବଂ ମୁଁ ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ପ୍ରକାରର ସହାୟତା ପ୍ରଦାନ କରି ଖୁସି ହେବି।” ଏହି ଭିଡ଼ିଓକୁ ସେୟାର କରି ଏପରି ପ୍ରକାଶ କରିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା।
ଆପଣ ଦେଖନ୍ତୁ ଏହି ଭିଡ଼ିଓ। ଏହି ଭିଡ଼ିଓରେ ସମସ୍ତ ତଥ୍ୟ ଉପସ୍ଥାପନା କରାଯାଇଛି। ଏହି ଭିଡ଼ିଓରେ ଦେଖାଯାଉଛିଯେ, ଜଣେ କଳାକାର ଯିଏକି ଗାଁରେ ରୁହନ୍ତି। ସେ ତାଙ୍କର ଅଭିନବ ଶୈଳୀରେ ଏକ ସମୟରେ ୧୫ଟି ଚିତ୍ର କରିପାରୁଛନ୍ତି। ଯାହାକୁ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ।
ଆଜିର ସାମାଜିକ ଗଣମାଧ୍ୟମ କାରଣରୁ ଏହିପରି ଅନନ୍ୟ କଳା ଲୋକଲୋଚନକୁ ଆସିପାରୁଛି। ଅସମ୍ଭବ ପରି ମନେ ହେଉଥିଲେ ମଧ୍ୟ ସମ୍ଭବ ହୋଇପାରୁଛି। ଗାଁର ଏହି କଳାକାର ଅର୍ଥନାତିକ ସ୍ତରରେ ଗରିବ ହୋଇଥିଲେ ମଧ୍ୟ କଳାର ନିପୁଣତାରେ ବହୁତ ଉଚ୍ଚରେ। ଆପଣ ଭଲଭାବରେ ଏହି ଭିଡ଼ିଓ ଦେଖନ୍ତୁ। ସେ କାଠର ଏକ ଫ୍ରେମ ପ୍ରଥମେ ପ୍ରସ୍ତୁତ କରୁଛନ୍ତି ଏବଂ ଏହା ପରେ ଏଥିଲେ ପେନ୍ ବାନ୍ଧୁଛନ୍ତି। ଏହାପରେ ଚିତ୍ର ଆଙ୍କିବା ଆରମ୍ଭ କରୁଛନ୍ତି। ତେବେ ସେ ଏକ ସମୟରେ ଦେଶର ୧୫ ଜଣ ସ୍ୱାଧିନତା ସଂଗ୍ରାମୀଙ୍କର ଚିତ୍ର ଆଙ୍କିବାରେ ଲାଗିପଡ଼ନ୍ତି ଏବଂ ସୁନ୍ଦର ଚିତ୍ର ଆଙ୍କ ଦିଅନ୍ତି।
ଏହିପରି ଏକ ଭିଡ଼ିଓ ସେୟାର କରିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ସେ ଏହି କଳାକାରଙ୍କୁ ଛାତ୍ରବୃତ୍ତି ଦେବାକୁ ଇଚ୍ଛାପ୍ରକାଶ କରୁଛନ୍ତି। ଆପଣ ଦେଖନ୍ତୁ ଏହି ଭିଡ଼ିଓ ଏବଂ ଦିଅନ୍ତୁ ଆପଣଙ୍କର ମନ୍ତବ୍ୟ।
How is this even possible?? Clearly she’s a talented artist. But to paint 15 portraits at once is more than art—it’s a miracle! Anyone located near her who can confirm this feat? If valid, she must be encouraged & I’d be pleased to provide a scholarship & other forms of support. pic.twitter.com/5fha3TneJi
— anand mahindra (@anandmahindra) October 27, 2022