Odiapua.com

ଏସ.ୟୁ.ସି.ଆଇ. କମ୍ୟୁନିଷ୍ଟ ନେତା ଧୁର୍ଜଟୀ ଦାସଙ୍କ ସ୍ମରଣସଭା

କେନ୍ଦ୍ରାପଡ଼ା ୧୭ ଜୁଲାଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏସ.ୟୁ.ସି.ଆଇ.କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଓଡିଶା ରାଜ୍ୟ କମିଟି ସମ୍ପାଦକ କମ୍ରେଡ ଧୁର୍ଜଟୀ ଦାସଙ୍କ ସ୍ମରଣସଭା କେନ୍ଦ୍ରାପଡା/ଜଗତସିଂହପୁର ଜୋନର କର୍ମୀ ସଂଗଠକମାନଙ୍କ ଦ୍ୱାରା ଜଗତସିଂହପୁର ଜିଲ୍ଲା କମିଟି ସମ୍ପାଦକ ସୁବାସ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲା ସଂଗଠକ ଏଲିନା ସାମନ୍ତରାୟ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ରାଜ୍ୟ କମିଟିର ଶ୍ରଦ୍ଧାଞ୍ଜଳି ପାଠ କରିଥିଲେ ପ୍ରଦୀପ୍ତ ରାମ। ଏସ.ୟୁ.ସି.ଆଇ. କମ୍ୟୁନିଷ୍ଟ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଉଦ୍ଧବ ଜେନା ଓ ସଦାଶିବ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରୟାତ ନେତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରମୋଦିନୀ ମିଶ୍ର ପ୍ରାରମ୍ଭରେ ମହାନ ମାର୍କ୍ସବାଦୀ ଦାର୍ଶନିକ ଶିବଦାସ ଘୋଷଙ୍କ ସମ୍ପର୍କରେ ରଚିତ ସଂଗୀତ ଓ ଶେଷରେ ଆନ୍ତର୍ଜାତୀକ ସଂଗୀତ ଗାନ କରିଥିଲେ। ମହେଶ୍ୱର ଦାସ, ବସନ୍ତ ମଲ୍ଲିକ, ହୀରାମଣୀ ରାଉତ, ଆର୍ତ୍ତ ଦାସ, ରମେଶ ଭୋଇ, ପ୍ରବିତ୍ର ମୋହନ ପଟ୍ଟନାୟକ, ଜୟନ୍ତୀ ଜେନା, ଗଣେଶ୍ୱର ମହାନ୍ତି ପ୍ରମୁଖ ଅନଲାଇନ ଗୁଗୁଲମିଟରେ ଏହି ସଭାରେ ଅଂଶଗ୍ରହଣ କରିଥିଲେ।