Odiapua.com

ଏସ.ସି.ବି ବଡ ଡାକ୍ତରଖାନାରେ ଆହତମାନଙ୍କ ବିଷୟରେ ପଚାରି ବୁଝିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କଟକ, ୬/୬ (ଓଡ଼ିଆ ପୁଅ/ ଅଭୟ ଜେନା) ଆହତ ଯାତ୍ରୀଙ୍କ ସମ୍ପର୍କରେ ବୁଝିବାକୁ କଟକ ଏସ ସି ବି ମେଡିକାଲ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏସ.ସି.ବିରେ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପ୍ରଶଂସା କରିଥିଲେ ମମତା। ଏଥି ସହିତ ଏସ ସି ବି ର ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ସି.ବି.ଆଇ ତଦନ୍ତ ଉପରେ ମୁଁ କିଛି ପ୍ରତିକ୍ରିୟା ରଖିବି ନାହିଁ। ସତ ସାମ୍ନାକୁ ଆସିବା ଦରକାର। ଏହା ତର୍କ ବିତର୍କର ସମୟ ନୁହେଁ ବୋଲି କହିଥିଲେ। ମମତା କହିଥିଲେ ଯେ, ପଶ୍ଚିମବଙ୍ଗର ୩୧ ଜଣ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ସେ ଘୋଷଣା କରିଥିଲେ ଯେ, ସାମାନ୍ୟ ଆହତଙ୍କ ପାଇଁମଧ୍ୟ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ପଶ୍ଚିମବଙ୍ଗର ମୋଟ ୫୪ ଜଣ ଏବେ ଏସ ସି ବିରେ ଚିକିତ୍ସାଧୀନ ଅଛନ୍ତି। ପୁରୁଷ ୫୦ ଜଣ, ମହିଳା ୩ ଜଣ ଏବଂ ଜଣେ ଶିଶୁ।