Odiapua.com

ଏସ.ବି.ଡ଼ି. ଅନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ୋତ୍ସବ ପାଳିତ

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛାତ୍ରଛାତ୍ରୀମାନଙ୍କର ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ନିମନ୍ତେ ଖେଳର ଅପରିହାର୍ଯ୍ୟ ଆବଶ୍ୟକତା ରହିଛି ବୋଲି ଏସ.ବି.ଡି ଆନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପନ ସମାରୋହରେ ବିଭିନ୍ନ ଅତିଥି ଗଣ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାର ପ୍ରାରମ୍ଭରେ ସମସ୍ତ ଅତିଥିଗଣଙ୍କ ଦ୍ୱାରା କ୍ରୀଡ଼ା ଜ୍ୟୋତି ପ୍ରଜ୍ଜ୍ୱଳନ କରାଯାଇଥିଲା ଓ ପରେ ଦୌଡ଼କୁଦ ପ୍ରତିଯୋଗିତା ଅନ୍ତର୍ଗତ ରନିଙ୍ଗ ରେସ୍‌, ସାକ୍ ରେସ୍‌, ଅବଷ୍ଟାକଲରେସ୍‌, ଲଙ୍ଗଜମ୍ପ, ସର୍ଟଫୁଟ, ଡିସ୍କସ୍‌, ଟଗ ଅଫ ୱାର ଆଦି ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀମାନେ ସେମାନଙ୍କର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ମଞ୍ଚ ଉପରେ ସଭାପତିଙ୍କ ସମେତ ମୁଖ୍ୟ ଅତିଥି ଜିଲ୍ଲା କ୍ରୀଡ଼ା ଅଧୀକ୍ଷକ ପଦ୍ମନ ରାୟ, ମୁଖ୍ୟବକ୍ତା ଚରମ୍ପା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିପିନ୍ନ ବିହାରୀ କର, ପରିଚାଳନା କମିଟିର ଚେୟାରମେନ ଯୁବ ତଥା ଉଦୀୟମାନ ପ୍ରତିଭା ଦେବାଶିଷ ଦୀକ୍ଷିତ ଓ ମ୍ୟାଡାମ୍ ଚେୟାରମେନ ଆଶାବରୀ କର, ମାର୍ଗଦର୍ଶକ ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଶୈଳେନ୍ଦ୍ର ମହାପାତ୍ର ଓ ମାର୍ଗଦର୍ଶକ ଆନନ୍ଦାନନ୍ଦ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ପିଲାମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ । ସମସ୍ତ ଖେଳଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅକ୍ଲାନ୍ତ ଉଦ୍ୟମରେ ପ୍ରତିଯୋଗିତା ପର୍ବ ସୁଚାରୁରୂପେ ସଂପାଦିତ ହୋଇଥିଲା । ଉପସ୍ଥିତ ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ଏହି କ୍ରୀଡ଼ାରେ ଭାଗ ନେଇ ଏହାକୁ ମନୋଜ୍ଞ ତଥା ମନୋରଞ୍ଜନ କରିଥିଲେ । କ୍ରୀଡ଼ା ସମାପ୍ତି ପରେ ବିଜେତା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ମେଡ଼ାଲ ଓ ଟ୍ରଫିମାନ ପ୍ରଦାନ କରିଥିଲେ । ସର୍ବଶେଷରେ ମଞ୍ଚସ୍ଥ ଅତିଥିମାନଙ୍କ ଦ୍ୱାରା କ୍ରୀଡ଼ା ଜ୍ୟୋତିକୁ ନିର୍ବାପିତ କରାଯାଇଥିଲା ଓ କ୍ରୀଡ଼ା ପତାକାକୁ ଅବତରଣ କରାଯାଇ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପରିଚାଳନା ସମିତିର ଚେୟାରମେନ ଏହି ଉତ୍ସବର ସଫଳ ଆୟୋଜନ ପାଇଁ ସବୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ, ଅଭିଭାବକମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରଦ୍ଧା ମ୍ୟାଡାମ୍ ସୁଚାରୁରୂପେ ସଂଯୋଜନା କରିଥିଲେ ।