Odiapua.com

ଏସ.ବି.ଡି. ଇଣ୍ଟରନେସନାଲ ସ୍କୁଲର ବାର୍ଷିକୋତ୍ସବ ଓ ଜନ୍ମେଜୟ ଦେବତା ସ୍ମୃତି ସମ୍ବର୍ଦ୍ଧନାର ଉଦଯାପନ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିିଗ୍ଧା ରାୟ) – ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଥିବା ଏସ.ବି.ଡି ଆଇ ଓ ଜେ.ଡି.ଏମ ସମ୍ବର୍ଦ୍ଧନା ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ସମାପ୍ତ ହୋଇଯାଇଅଛି । ବିଭିନ୍ନ ପ୍ରକାର ନାଟକ, ସଂଗୀତ, ନୃତ୍ୟ, କ୍ରୀଡ଼ା, ଯୋଗ ପ୍ରଦର୍ଶନ ଅତି ଉଚ୍ଚକୋଟିର ହୋଇଥିବାରୁ ଦର୍ଶକମଣ୍ଡଳୀ ସ୍ତମ୍ଭିଭୂତ ହୋଇଯାଇଥିଲେ । ସୁପ୍ତ ପ୍ରତିଭାର ପ୍ରକାଶ ଓ ପ୍ରଦର୍ଶନରେ ଅଭିଭାବକ ଭୂସୟୀ ପ୍ରଶଂସା କରିଥିଲେ । ପ୍ରଥମ ସନ୍ଧ୍ୟାରେ ପଦାର୍ଥ ବିଜ୍ଞାନର ଅନୁଷ୍ଠାନର ନିର୍ଦ୍ଦେଶକ ଡ. କରୁଣାକର ନନ୍ଦ, ଶିକ୍ଷା ଅଫିସର ଡ.ଦୀପକ କୁମାର ପାଢୀ, ଦ୍ୱିତୀୟ ସନ୍ଧ୍ୟାରେ ଭଦ୍ରକ କଲେଜର ଅଧ୍ୟକ୍ଷ ଡ. ଦୁର୍ଗାଶଙ୍କର ଦାସ, ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନୀଲ ମହାପାତ୍ର ତୃତୀୟ ସନ୍ଧ୍ୟାରେ ବେଦାନ୍ତ ସିସିଓ ଚିନ୍ମୟ ମୌଳିକ ଜବାହାର ନବଦୋୟ ସ୍କୁଲର ଅଧ୍ୟକ୍ଷ ଡ. ବିଶ୍ୱନାଥ ଖିଲାର ଅତିଥି ଭାବେ ଯୋଗଦେଇଥିଲେ ସ୍କୁଲର ଚେୟାରମ୍ୟାନ ଦେବାଶିଷ ଦିକ୍ଷୀତ ଓ ଆଶାବରୀ ଦିକ୍ଷୀତ, ପରିଚାଳନା ନିର୍ଦ୍ଦେଶକ ବିଦ୍ୟାଧର ଅଗସ୍ତି ଓ ବନ୍ଦନା ଦିକ୍ଷୀତ, ଅଧ୍ୟକ୍ଷ – ନିର୍ଦ୍ଦେଶକ ଯୁଧିଷ୍ଠିର ଦେବତା, ମାର୍ଗଦର୍ଶକ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦିକ୍ଷୀତ, ଶିକ୍ଷାବିଦ୍ ବିପିନ କର, ଶିବାଶିସ ଦୀକ୍ଷିତ ଟ୍ରଷ୍ଟର ସମସ୍ତ ସଦସ୍ୟବୃନ୍ଦ, ପରିଚାଳନା ଦାୟିତ୍ୱରେ ଥିବା ଜନସମ୍ପର୍କ ଅଫିସର ଚନ୍ଦ୍ରଶେଖରଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତିନିଦିନବ୍ୟାପୀ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରି ଉତ୍ସବକୁ ସଫଳ କରିଥିଲେ । ସମସ୍ତ ବକ୍ତା ଅତିଥିବୃନ୍ଦ ନୂତନ ଜ୍ଞାନ କୌଶଳ ଓ ବ୍ୟକ୍ତିତ୍ୱର ବିକାଶ ଉପରେ ସୁଚିନ୍ତିତ ମତ ପ୍ରଦାନ କରିଥିଲେ । କିଂସୁକ ଭଟ୍ଟାଚାର୍ଯ୍ୟ, ସରୋଜ ଶତପଥି, ମିଲି ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସ୍କୁଲର ଯେଉଁମାନେ ପରୀକ୍ଷା ଏବଂ କ୍ରୀଡାରେ ଉତ୍କର୍ଷଣ ପ୍ରଦର୍ଶନ କରିଥିଲେ, ଦଶବର୍ଷ ଧରି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଅବଦାନ କରିଥିଲେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁଷ୍ପିତା ସ୍ୱାଇଁ, ଟି.କେ. ପଲାଇ, ଟି କଳାଲକ୍ଷ୍ମୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ଅଧ୍ୟକ୍ଷକଙ୍କ ସହ ସ୍କୁଲର ବିଭିନ୍ନ କାର୍ଯ୍ୟର ବିବରଣୀ ପାଠ କରିଥିଲେ । ଅବଦାନ ପାଇଁ ମଧ୍ୟ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।