Odiapua.com

ଏସ.ଏସ.ଜି ଗ୍ରୁପ ଦ୍ୱାରା ମରୈଗାଁରେ ରନ୍ଧାଖାଦ୍ୟ ବଣ୍ଟନ

ହାଟଡ଼ିହି, ୨୫ । ୪ : କରୋନା ଲକଡାଉନ ସମୟରେ ଗରିବ ଅସହାୟଙ୍କ ମୁହଁରେ ଦାନା ଗଣ୍ଡେ ଯୋଗାଇ ଦେବାପାଇଁ ସରକାର ନିଷ୍ପତି ନେବାପରେ ବିଭିନ୍ନ ଏସ.ଏସ.ଜି ଗ୍ରୁପ ମାନଙ୍କ ଦ୍ୱାରା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ମରୈଗାଁର ମା ବାସନ୍ତୀ ଅନ୍ନପୁର୍ଣ୍ଣା ଏସଏସଜି ଗ୍ରୁପ ଦ୍ୱାରା ପଞ୍ଚାୟତର ମରୈଗାଁ, ଚଣ୍ଡୀବିରଞ୍ଚିପୁର, ବେତିରା, ଡଙ୍କୁରୀ, ଏଲକଣା, ଜଗନ୍ନାଥପୁର, ଶଙ୍ଖଣା, ତେନ୍ତୁଲିନଣ୍ଡା, ଖପରାଖାଇ, ବନ୍ତଳା, ବର୍ଦ୍ଧନପୁର, ନିସଙ୍ଗପୁର ଆଦି ଗ୍ରାମରେ ୨୦୯ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି । ଏସଏସଜି ଗ୍ରୁପର ସଭାନେତ୍ରୀ ମମତା ସାହୁ ଓ ସମ୍ପାଦିକା ଦେବୀଲତା ମହାକୁଡଙ୍କ ସମେତ ସମସ୍ତ ସଦସ୍ୟାମାନେ ଘରଘର ବୁଲି ଗରିବ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଗତକାଲି ଏହି ରନ୍ଧାଖାଦ୍ୟର ମାନ ପରୀକ୍ଷଣ କରିବା ସହିତ ଉନ୍ନତମାନର ଓ ସୁସ୍ୱାଦୁ ରନ୍ଧା ହୋଇଥିବାରୁ ମହିଳା ସଦସ୍ୟା ମାନଙ୍କୁ ସାଧୁବାଦ ଜଣାଇଥିଲେ ।