Odiapua.com

ଏସ୍.ୟୁ.ସି.ଆଇ. କମ୍ୟୁନିଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗଣଧାରଣା

ଜଗତସିଂହପୁର, ୧୭ା୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) : ଏସ୍.ୟୁ.ସି ଆଇ କମ୍ୟୁନିଷ୍ଟ ଜଗତସିଂହପୁର ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ଜିଲ୍ଲାରେ ଥିବା ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇ ଥିଲା। ଆଦିବାସୀ ମାନଙ୍କ ସମସ୍ୟା ଗୁଡିକ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ବର୍ଷଧରି ଝୁମ୍ପୁଡି ଓ ଚାଳ ଘରେ ବସବାସ କରିଆସୁଥିବା ଆଦିବାସୀ ପରିବାର ପକ୍କାଘର ଅଭାବରୁ ବାତ୍ୟା, ବର୍ଷା ଓ ସର୍ପାଘାତ ତଥା ବିପତ୍ତିର ସମ୍ମୁଖୀନ ହେଉଛନ୍ତି। ନିଜ ନାମରେ ଘରଢିହ ପଟ୍ଟା ôତବା କାଗଜପତ୍ର ଦେଇପାରୁନଥିବା ଓ ସାମାଜିକ ଅନଗ୍ରସରତା କାରଣରୁ ସରକାରୀ ବାସଗୃହ ସୁବିଧାରୁ ଏମାନେ ଅଦ୍ୟାବଧି ବଞ୍ôଚତ ହୋଇ ରହି ଆସୁଛନ୍ତି। ଜିଲ୍ଲାର ରଘୁନାଥପୁର ବ୍ଲକ ପୁରଣ ଓଡପଡା ଗ୍ରାମରେ ୪୦ଟି ଆଦିବାସି ପରିବାରର ତାଲିକା ଓ ସେମାନଙ୍କ ଆଧାର ନକଲ ଯାଞ୍ଚକରି ସେମାନଙ୍କୁ ପଟ୍ଟା ଓ ବାସଗୃହ ପଦାନ କରାଯାଉ ବୋଲି ଆବାହକ ସୁବାସ ସ୍ୱାଇଁ, ପ୍ରଦୀପ୍ତ ରାମ ପ୍ରମୁଖ ଦାବି କରିଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କୁ ଦୁଇଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ପୁରଣ ଓଡପଡା ଗ୍ରାମର ଆଦିବାସୀ ପରିବାର ସମେତ ଜଗତସିଂହପୁର ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ପରିବାର ଗୁଡିକୁ ଘରଢିହପଟ୍ଟା ଓ ସରକାରୀ ବାସଗୃହ ଯୋଜନାର ସୁବିଧା ପ୍ରଦାନ କରାଯାଉ। ଆଦିବାସୀ ଜନଗଣଙ୍କ ନାମରେ ଥିବା ମିଥ୍ୟାକେସ ମୋକଦ୍ଦମା ପ୍ରତ୍ୟାହାର କରାଯାଉ।