Odiapua.com

ଏସ୍ ରାଜାମୌଲିଙ୍କ ‘RRR’ ର ‘ନାଟୁ ନାଟୁ’ ଗୀତ ପାଇଁ ମିଳିଲା ଓସ୍କାର, ମିଳିଲା ବେଷ୍ଟ ଅରିଜିନାଲ୍ ସଙ୍ଗ ଆୱାର୍ଡ

ନୂଆଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ଗୋଲଡେନ୍ ଗ୍ଲୋବ ଏବଂ କ୍ରିଟିକ ଚଏସ୍‌ ଆୱାର୍ଡ ପାଇବା ପରେ ଏମ କେରେଭାନୀଙ୍କ ଦ୍ୱାରା କମ୍ପୋଜ ଏବଂ ଚନ୍ଦ୍ରବୋସ୍‌ଙ୍କ ଦ୍ୱାରା ଲିଖିତ ସଂଗୀତ “ନାଟୁ ନାଟୁ” ପାଇଁ ଏହା ହେଉଛି ତୃତୀୟ ପ୍ରମୁଖ ଆନ୍ତର୍ଜାତୀୟ ମାନ୍ୟତା।

ଚଳଚ୍ଚିତ୍ର ନିର୍ମାତା ଏସ୍ ରାଜାମୌଲିଙ୍କ ଆକ୍ସନ୍ ବ୍ଲକ୍ବଷ୍ଟର୍ “RRR” ଇତିହାସ ସୃଷ୍ଟି କରିଛି। “ନାଟୁ ନାଟୁ” ପାଇଁ ବେଷ୍ଟ ଅରିଜିନାଲ୍ ସଙ୍ଗ ଆୱାର୍ଡ
(ଶ୍ରେଷ୍ଠ ମୂଳ ଗୀତ) ବର୍ଗରେ ଏକାଡେମୀ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଟ୍ରାକ ହୋଇପାରିଛି।

“RRR” (Rise Roar Revolt), ସ୍ୱାଧୀନତା ପୂର୍ବର ଏକ କାଳ୍ପନିକ କାହାଣୀ। ଦୁଇ ବାସ୍ତବ ଜୀବନର ଭାରତୀୟ ବିପ୍ଳବୀ ଆଲୁରୀ ସୀତାରାମା ରାଜୁ (ରାମ ଚରଣ) ଏବଂ କୋମରାମ ଭୀମ (Jr NTR)ଙ୍କ କାହାଣୀ।

ଡାନି ବଏଲେଙ୍କ ନିର୍ଦ୍ଦେଶିତ ୨୦୦୮ ବ୍ରିଟିଶ ଚଳଚ୍ଚିତ୍ର “ସ୍ଲୁମଡୋଗ୍ ମିଲୋନେୟାର” ର “ଜୟ ହୋ” ପ୍ରଥମ ମୂଳ ହିନ୍ଦୀ ଗୀତ ଥିଲା ଯାହା ବେଷ୍ଟ ଅରିଜିନାଲ ସ୍କୋର ଏବଂ ବେଷ୍ଟ ଅରିଜିନାଲ ସଙ୍ଗ ବର୍ଗରେ ଏକାଡେମୀ ପୁରସ୍କାର ଲାଭ କରିଥିଲା। ଏହାର ସଂଗୀତ ସଂଯୋଜନା କରିଥିଲେ ଏଆର୍ ରହମାନ ଏବଂ ଗୀତ ରଚନା କରିଥିଲେ ଗୁଲଜାର।

ତେବେ ଆଜି ସୋମବାର ଏସ୍ ରାଜାମୌଲିଙ୍କ ଆରଆରଆର ‘ନାଟୁ ନାଟୁ’ ଶ୍ରେଷ୍ଠ ମୂଳ ଗୀତ ପାଇଁ ଓସ୍କାର ଜିତିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇ ଇତିହାସ ସୃଷ୍ଟି କରିଛି। ତେବେ ‘ନାଟୁ ନାଟୁ’ ଗୀତ ଲେଖିଛନ୍ତି ଚନ୍ଦ୍ରାବୋଷ, ଗୀତକୁ ସ୍ବର ଦେଇଛନ୍ତି ରାହୁଲ ସିପ୍ଲିଗୁଞ୍ଜ ଓ କାଲା ଭୈରଭ।