Odiapua.com

ଏସ୍‌. ବି. ଡ଼ି. ଇଂଟରନ୍ୟାସ୍‌ନାଲ୍ ସ୍କୁଲରେ ଅଭିଷେକ ଉତ୍ସବ

ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍‌.ବି.ଡ଼ି. ଇଂଟର ନ୍ୟାସନାଲ୍ ସ୍କୁଲ ପରିସରରେ ନିକଟରେ ଚଳିତ ଶିକ୍ଷାବର୍ଷ ପାଇଁ ଅଭିଷେକ ଉତ୍ସବ ପାଳିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ଭଦ୍ରକ ସ୍ୱୟଂସାଶିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦୁର୍ଗା ଶଙ୍କର ଦାସ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ବିଦ୍ୟାଳୟର ଚେୟାରମ୍ୟାନ୍ ଦେବାଶିଷ ଦିକ୍ଷିତ୍‌, ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଯୁଧୁଷ୍ଠିର ଦେବତା, ମାର୍ଗଦର୍ଶକ ଦେବେନ୍ଦ୍ର ଶତପଥ, ମାଡ୍ୟାମ୍ ଏମ୍‌.ଡ଼ି. ବନ୍ଦିତା ଦିକ୍ଷିତ, ଉପାଧ୍ୟକ୍ଷ ପୁଷିତା ସ୍ୱାଇଁ ଏବଂ ବିଶିଷ୍ଠ ଶିକ୍ଷାବିତ୍ ବିପିନ୍ ବିହାରୀ କରଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଚେୟାରମ୍ୟାନ୍ ଶ୍ରୀ ଦିକ୍ଷିତ୍ ନିଜସ୍ୱ ଅଭିଭାଷଣରେ ଛାତ୍ରଛାତ୍ରୀଗଣଙ୍କର ନେତୃତ୍ୱ କ୍ଷମତାକୁ ଭୂୟସୀ ପ୍ରଶଂସା କରିବାସହ ସେମାନଙ୍କ ମଧ୍ୟରେ ଅନେକ ସମ୍ଭାବନା ଦେଖୁ ପାରୁଛନ୍ତି ବୋଲି କହିଥିଲେ। ନିର୍ଦ୍ଦେଶକ ଶ୍ରୀ ଦେବତା ଉତ୍ସବର ଉଦ୍ଦେଶ୍ୟ ତଥା ଆଭିମୁଖେ ସମ୍ପକରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ମହୋଦୟ ନିଜସ୍ୱ ଅଭିଭାଷଣରେ ଚଳିତ ଶିକ୍ଷା ବର୍ଷର କ୍ୟାବିନେଟ୍‌ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଦସ୍ୟଗଣଙ୍କୁ ଅଭିବାଦନ ପ୍ରଦାନ କରିବାସହ ବିଗତ ବର୍ଷର କ୍ୟାବିନେଟ୍ ସଦସ୍ୟ ଗଣଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହି ଉତ୍ସବ କେବଳ ବ୍ୟାଜ୍ ସ୍ଥାନାନ୍ତର ଉତ୍ସବ ନୁହେଁ । ଏହା ଏକ ନୂତନ ଦାୟିତ୍ୱ, ନୂତନ ଉପଲ୍‌ବଧୂ ଗ୍ରହଣ କରିବାର ଉତ୍ସବ। ଏହି ଅବସରରେ ଚଳିତ ଶିକ୍ଷାବର୍ଷର କ୍ୟାବିନେଟ୍ ସଦସ୍ୟଗଣଙ୍କୁ ପଦ ଓ ଗୋପନୀୟତାର ଶପଥ ପ୍ରଦାନ କରାଯାଇଥିଲା।