Odiapua.com

ଏସ୍‌.ଇ.ବି.ସି. ସର୍ଭେ କାର୍ଯ୍ୟ ପର୍ଯ୍ୟବେକ୍ଷଣ କଲେ ଜିଲ୍ଲା ପର୍ଯ୍ୟବେକ୍ଷକ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗତ ମଇ ୧ ତାରିଖରୁ ଆରମ୍ଭ କରାଯାଇଥିବା ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜନିତ ସର୍ଭେ କାର୍ଯ୍ୟ ଏବେ ଆଇ.ସି.ଆର୍‌. ଫର୍ମର ବୈଧତା ପରୀକ୍ଷଣ ସୋପାନରେ ପହଞ୍ôଚଛି । ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଲ୍ଲିକ ଭଦ୍ରକ ଗସ୍ତରେ ଆସି ଭଣ୍ଡାରିପୋଖରୀ ବ୍ଲକ୍‌, ଭଦ୍ରକ ବ୍ଲକ ଭଦ୍ରକ ମ୍ୟୁନିସିପାଲିଟି, ବନ୍ତ ବ୍ଲକ, ପରିଦର୍ଶନରେ ଯାଇ ଆଇ.ସି.ଆର ଫର୍ମର ବୈଧତା ତନଖି କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ପର୍ଯ୍ୟବେକ୍ଷକଙ୍କ ସହ ଗସ୍ତରେ ସାମିଲ ଥିଲେ । ଭଣ୍ଡାରୀପୋଖରୀ ବି.ଡ଼ି.ଓ. ଦେବଦତ୍ତ ଦାସ, ଭଦ୍ରକ ବି.ଡ଼ି.ଓ ସୀତାକାନ୍ତ ରାଉତ, ଭଦ୍ରକ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ, ବନ୍ତ ବି.ଡ଼ି.ଓ. ପି.କେ. ସେଠୀ ପ୍ରମୁଖ ନିଜ ନିଜ ବ୍ଲକ୍‌ର ସର୍ଭେରେ ଆଇ.ସି.ଆର୍ ଫର୍ମ ବୈଧତା ପରୀକ୍ଷଣ କାର୍ଯ୍ୟ ପରିଦର୍ଶନ ବେଳେ ପର୍ଯ୍ୟବେକ୍ଷକଙ୍କୁ ସହଯୋଗ କରିଥିଲେ । ସୂଚନା ଯେଗ୍ୟାକି ମଇ ୧ ତାରିଖରୁ ଆରମ୍ଭ କରାଯାଇଥିବା ଏହି ସର୍ଭେର ପଞ୍ଜିକରଣ କାର୍ଯ୍ୟ ଜୁନ ୬ ପର୍ଯ୍ୟନ୍ତ ଚାଲୁ ରହିଥିଲା । ପରେ ପରେ ସମସ୍ତ ଆଇ.ସି.ଆର୍‌.ଫର୍ମକୁ ସ୍କାନ କରାଯାଇ ଡିଜିଟାଇଜେସନ୍ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶନ ପୂର୍ବରୁ ବୈଧତାକୁ ତନଖି କରାଯାଉଛି । ସଂପୃକ୍ତ ବ୍ଲକ ଓ ପୌର ପ୍ରଶାସନ ଅଧିନରେ ଏହି କାର୍ଯ୍ୟ ସମ୍ପାଦନ କରାଯାଉଛି ।