Odiapua.com

ଏସ୍‌ଏଚ୍‌ଜି ମହିଳାମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୧୨ ଘଟିକା ସମୟରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଗଣିଜାଙ୍ଗ ଗ୍ରାମପଞ୍ଚାୟତର ଏସ୍‌ଏଚ୍‌ଜିର ମହିଳାମାନେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ଉପସ୍ଥିତିରେ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଡିଆରଡିଏ ସଭାପତି ପ୍ରଫୁଲ୍ଲ ଜେନା, ପିଡି ଡିପିଏମ୍‌, ବନ୍ତ ବ୍ଲକ୍ ଚେୟାରମେନ୍ ମନୋରଂଜନ ଘଡେଇ, ବରିଷ୍ଠ ନେତା ରଞ୍ଜନ ବାବୁ, ସମାଜସେବୀ ରାମଚନ୍ଦ୍ର ପଣ୍ଡା, ଏକାଦଶୀ ସେଠୀ, ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠୀ, ସମିତି ସଭ୍ୟ ମନୋରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।