Odiapua.com

ଏସିଡ ଆକ୍ରମଣରେ ପିଡିତା ଙ୍କୁ ନ୍ୟାୟ ଦେବା ଉଦ୍ଧେଶ୍ୟରେ ଆଇନ ସେବା ପ୍ରଶିକ୍ଷଣ ଶିବିର

ମାଲକାନଗିରି,୮ା୯ (ଓଡିଆ ପୁ୍‌ଅ )ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଭର୍ଚୁଆଲ ମାଧ୍ୟମରେ ଏସିଡ ଆକ୍ରମଣରେ ପୀଡିତାଙ୍କୁ ଆନସେବା ସଂପର୍କିତ ସଚେତନତା କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରାକେଶ କୁମାର ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କର୍ମଶାଳାରେ ଅଧ୍ୟାପକ ଡ.ରଜଂନକୁମାର ସ୍ୱାଇଁ ଓ ଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ରହି ଏସିଡ ଆକ୍ରମଣ ରେ ପଡିତା ଙ୍କୁ ଅଦାଲତ ପକ୍ଷରୁ କିପରି ମାଗଣାରେ ଆଇନ ସେବା ଯୋଗାଇ ଦିଆଯିବ, ଅପରାଧୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ,ପିଙ୍ଗଳ ଧାରା,ପିଡିତାଙ୍କୁ କ୍ଷତିପୁରଣ ଦେବା,କିଶୋର ନ୍ୟାୟ ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନ ଅଧି ନିୟମ,ବାଧ୍ୟତାମୁଳକ ଶିକ୍ଷାଅଧିକାର ଅଧିନିୟମ,କନ୍ୟାସନ୍ତାନର ମହତ୍ୱ,ଯୈାତୁକ ଜନିତ ନିର୍ଯ୍ୟାତନା ଆଇନ ସହିତ ବିଭିନ୍ନ ଆଇନ ସଂପର୍କରେ ଜନସଚେତନତା ସଂପର୍କରେ ଆଲୋଚନା ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।