Odiapua.com

ଏସଆଇଆର ସଠିକ୍ ନେଇ ଇଆରଓ ଏବଂ ଏଇଆରଓଙ୍କ ସମୀକ୍ଷା ବୈଠକ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା କୁ ସଠିକ୍ ଓ ନିର୍ଭୁଲ ଭାବରେ ସମାହିତ କରିବା,ପରିଗଣନା ଫର୍ମ ବଂଟନ ଓ ନିର୍ଭୁଲ ପୂରଣ ଏବଂ ସୁଇପ ଆଦି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଇଆରଓ ଏବଂ ଏଇଆରଓଙ୍କ ସମୀକ୍ଷା ବୈଠକ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ଉପ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ସମସ୍ତ ତହସିଲଦାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓସୱାନ ଭିସି ଜରିଆରେ ଉପସ୍ଥିତ ଥିଲେ।