ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବିଧାନସଭା ପରିସରରେ “ପ୍ରାକ୍କଳନ ସମିତି’ (ଏଷ୍ଟିମେଟ୍ କମିଟି) ଅଧ୍ୟକ୍ଷ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହିତ ଆୟୋଜିତ ବୈଠକରେ ଯୋଗଦେଇ ଭଦ୍ରକ ନିର୍ବାଚନ ମଣ୍ଡଳୀର ଯୁବପୀଢ଼ି ମାନଙ୍କ ପାଇଁ ପ୍ରଶିକ୍ଷଣ,ଭିତିଭୂମି,କ୍ରୀଡ଼ା ଢାଂଚା ଓ ଉନ୍ନତି କେନ୍ଦ୍ରିତ ସହ ଯୁବ ସଶକ୍ତିକରଣ ବିଷୟରେ ମତାମତ ରଖିଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଏହି ଅବସରରେ ସମସ୍ତ ସଦସ୍ୟ ବୃନ୍ଦ ଓ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ,ଅତିରିକ୍ତ ସଚିବ ଓ ବରିଷ୍ଠ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।