Odiapua.com

ଏଲ୍‌ଆଣ୍ଡଟି କମ୍ପାନୀର ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ହିଙ୍ଗୁଳା ମନ୍ଦିରକୁ ଅର୍ଥଦାନ

ତାଳଚେର,୭/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଲିଙ୍ଗରାଜ କୋଇଲାଖଣିରେ ଏଲ୍‌ଆଣ୍ଡଟି କମ୍ପାନୀରେ କାର୍ଯ୍ୟରତ ୩୪ଜଣ ସୁରକ୍ଷା କର୍ମଚାରୀମାକ୍ଷନ ଦ୍ୱାରା ଅର୍ଥଦାନ କରିଛନ୍ତି । ଆଜି ନରେଶ ଚନ୍ଦ୍ର କୁଅଁର, ଜଗମୋହନ ନାଏକ, ଯଶକେତନ ନାଏକ,ଅନନ୍ତ କୁମାର ପ୍ରଧାନ,ବିଶ୍ୱକର୍ମା ସାହୁ,ଶ୍ରୀପତି ସାମଲ,ପ୍ରେମାନନ୍ଦ ସାହୁ,ଅଶ୍ୱିନ କୁମାର ସେଠ,ସନ୍ଦୀପ ନାହାକ,ଦୀପକ ଦେବତା,ପବିତ୍ର ସାହୁ ପ୍ରମୁଖଙ୍କ ସହ ସମସ୍ତ ସୁରକ୍ଷାକର୍ମୀ ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠକୁ ଆସି ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ,ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ ଓ ସନ୍ତୋଷ କୁମାର ପ୍ରଧାନଙ୍କୁ ୧,୧୧,୧୧୧ ଟଙ୍କା ପ୍ରଦାନ କରିଥିଲେ । ସେହିପରି ଡଅଁରା ଗ୍ରାମର ଜୁଳେନ୍ଦ୍ର କୁମାର ସାହୁ ମନ୍ଦିର ନିର୍ମାଣାର୍ଥେ କୋଡିଏ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ସାଧୁବାଦ ପ୍ରଦାନ କରାଯାଇଛି ।