ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଏଲଖାର ୩ ଜଣ ଯୁବକଙ୍କ ନିକଟରୁ ୨୧.୬୩ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏଠାରେ ସୂଚନାଯୋଗ୍ୟ ସମଗ୍ର ରାଜ୍ୟରେ ଭଦ୍ରକ ବ୍ରାଉନସୁଗାର ଚୋରା କାରବାରର ହବ୍ ପାଲଟିଥିବାବେଳେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ତେବେ ଶ୍ରୀ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଢାଉ ଜାରି ରହିଥିବାବେଳେ ୧୩ନଂ ୱାର୍ଡ ଏଲଖାରୁ ଯାଜପୁର ଜିଲା ମାହାଙ୍ଗା ଥାନା ଛତିଆ ନିବାସୀ ବାବାଜୀ ଚରଣ ପରିଡାଙ୍କ ପୁତ୍ର ଜଗଦୀଶ (୨୪), ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଅପର୍ତିବିନ୍ଧା ନିବାସୀ ସେକ୍ ରେହମାନଙ୍କ ପୁତ୍ର ସେକ୍ ବାବୁଲା (୧୯) ଓ ସେକ୍ ରୋହନ ଙ୍କ ନିକଟରୁ ଏସଆଇ ଅଧିକାରୀ ପତିତ ପାବନ ମହାପାତ୍ର ଲକ୍ଷାଧିକ ଟଙ୍କାର ଉକ୍ତ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏସଆଇ ପ୍ରବୀନ କୁମାର ଗିରି ତଦନ୍ତ ଦାୟିତ୍ୱରେ ରହିଛନ୍ତି।