Odiapua.com

ଏମ୍‌ସ ଭୁବନେଶ୍ୱରକୁ ନେତାଜୀ ସୁଭାଷଙ୍କ ନାମରେ ନାମିତ ହେଉ : ନେତାଜୀ ଜନ୍ମ ମାଟି ଯାତ୍ରା

ଭୁବନେଶ୍ୱର ୨୫-୮ (ଓଡ଼ିଆ ପୁଅ) ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା, ଏମ୍‌ସ ଭୁବନେଶ୍ୱରକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ତୁରନ୍ତ ନାମିତ କରିବାକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନେତାଜୀ ଜନ୍ମ ମାଟି ଯାତ୍ରା ପକ୍ଷରୁ ଅନୁରୋଧ କରାଯାଇଛି। ଏମ୍‌ସ ଲୋକାର୍ପଣ ସମୟରେ ଏହାକୁ ନେତାଜୀଙ୍କ ନାମରେ ଉତ୍ସର୍ଗ କରିବା ଉଦ୍ଦେଶ୍ୟରେ ଫଳକ ମଧ୍ୟ ଲାଗିସାରିଥିଲା। ତେବେ ତାହାକୁ ସ୍ଥଗିତ ରଖାଯାଇଥିଲା। ଏବେ ତୁରନ୍ତ କେନ୍ଦ୍ର ସରକାର ୧୨୫ତମ ନେତାଜୀ ଜନ୍ମବାର୍ଷିକୀ ଓ ଆଜାଦ୍ ହିନ୍ଦ୍ ଫୌଜ୍‌ର ୮୦ତମ ଜନ୍ମବାର୍ଷିକୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରେ ଓଡ଼ିଶାର ଦ୍ୱିତୀୟ ପରିଚୟ ନେତାଜୀଙ୍କର ଜନ୍ମଭୁମୀକୁ ସମ୍ମାନ ଜଣାଇ ନେତାଜୀ ସୁଭାଷ ଏମ୍‌ସ ଘୋଷଣା କରିବାକୁ ରାଷ୍ଟ୍ରୀୟ ଆବାହକ ଦେବୀପ୍ରସାଦ ପୃଷ୍ଟି, ନେତାଜୀଙ୍କର ନାତି ଅଭିଜିତ ରାୟ ଏବଂ ସତୀଶ ମିଶ୍ର, କିଶୋର ସ୍ୱାଇଁ, ଶରତ ଭୁୟାଁ, ପୂର୍ଣ୍ଣେନ୍ଦୁ ମିଶ୍ର, ବଦ୍ରୀ ମହାନ୍ତି, ଗୌରାଙ୍ଗ ନାୟକ, ଅଜୟ ପରିଡ଼ା, ମୋନାଲିସା ବାରିକ୍‌, ସରିତା, ସରୋଜ ଶତପଥି, ଆକାଶ ମିଶ୍ର, ଅମ୍ବ୍ରିସ ବନଛୋର ପ୍ରମୁଖ ଦାବି ଜଣାଇଛନ୍ତି। ଏହି ମର୍ମରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ପଠାଇଛନ୍ତି। ଏହା ସହିତ କଟକରେ ଏକ ହଜାର କୋଟି ଟଙ୍କାର ନେତାଜୀ ସୁଭାଷ ଆନ୍ତର୍ଜାତୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ପୁରୁଣା ଦାବି ଦୋହରାଇଛନ୍ତି।