ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କେନ୍ଦ୍ର ସରକାରଙ୍କ ସଂଶୋଧତ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ )ଆଇନ-୨୦୨୬କୁ ତୁରନ୍ତ ପ୍ରତ୍ୟାହାର, ରାଜ୍ୟର ଖଣି ରାଜସ୍ୱ ଓ଼ କର ଆଦାୟର ସାମ୍ବିଧାନିକ ଅଧିକାର ସୁରକ୍ଷା, ଓଡ଼ିଶାରେ ବକେୟା ଖଣି ରାଜସ୍ୱ ଅଧିକାରକୁ ସୁରକ୍ଷା, କ୍ୟାପିଟିଭ ଖଣିଜର ବାଣିଜ୍ୟକ ବିକ୍ରି କରିବା ନୀତି କୁ ରଦ୍ଦ କରିବା, ଖଣି ଅଂଚଳର ବିସ୍ତାର କ୍ଷେତ୍ରରେ ଗ୍ରାମ ସଭା, ଆଦିବାସୀ ଙ୍କ ଅଧିକାର, ଜଙ୍ଗଲ ଅଧିକାର ଓ଼ ପରିବେଶ ଆଇନର ସମଗ୍ର ସୁରକ୍ଷା ଆଦିବାସୀ ଓ଼ ସସ୍ଥାନୀୟ ଲୋକଙ୍କର ଜମି ଜଙ୍ଗଲ, ଜଳ ଓ଼ ଜୀବିକାର ଅଧିକାରର ସୁରକ୍ଷା ନୂଆ ଖଣି ଖୋଲିବା ଉପରେ ରୋକ ଲଗାଇ ପୂର୍ବରୁ ଖୋଲାଯାଇଥିବା ଖଣି ଗୁଡିକର ସାମାଜିକ ଓ଼ ଆର୍ôଥକ ଓ଼ ପରିବେଶଗତ ସମୀକ୍ଷା ଦାବିରେ ଏସ ୟୂ ସି ଆଇ (କମୁନିଷ୍ଟ ) ସି ପି ଆଇ (ଏମ. ଏଲ ),ସି. ପି. ଆଇ.( ଏମ ଏଲ )-ରେଡ ଷ୍ଟାର ଓ଼ ସି. ପି. ଆଇ ଏମ. ଏଲ (ଏ ନ ଡ଼ି ) ଦଳ ମାନଙ୍କର ମିଳିତ ଆହ୍ୱାନରେ ଭଦ୍ରକ ଜଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜିଲ୍ଲାର ଶତାଧିକ ଲୋକଙ୍କୁ ନେଇ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ ପରେ ଉକ୍ତ ସ୍ଥାନରେ ଏକ ପ୍ରତିବାଦ ସଭା ରେ ଏସ. ୟୂ ସି ଆଇ (ସି ) ଜିଲ୍ଲା କମିଟିର ବରିଷ୍ଠ ସଦସ୍ୟ ରାମ ଚନ୍ଦ୍ର ଶଙ୍ଖୁଆ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଏସ. ୟୂ. ସି. ଆଇ (ସି ) ଜିଲ୍ଲା କମିଟିର ଡକ୍ଟର ରମେଶ ନାୟକ, ସି. ପି. ଆଇ (ଏମ ଏଲ ) ଜିଲ୍ଲା କମିଟି ସମ୍ପାଦ କ ସୁଶାନ୍ତ ଜେନା ଏସ୍ୟୁ. ସି. ଆଇ (ସି ) ଜିଲ୍ଲା କମିଟି ସଭ୍ୟ ପର୍ଶୁରାମ ଲେଙ୍କା ଓ଼. ବରିଷ୍ଠ ଆଡ଼ଭୋକେଟ ନରେନ୍ଦ୍ର ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରି କେନ୍ଦ୍ର ସାରରେ ଖଣି ଓ଼ ଖଣିଜ (ବିଳାସ ଓ଼ ନିୟନ୍ତ୍ରଣ ) ଆଇନ -୨୦୨୬ କୁ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ଦାବିକରିବା ସହ ଜଙ୍ଗଲ ଅଧିବାସୀ ଙ୍କ ବଂଚିବାର ଅଧକାରକୁ ହରଣ କରିବାର ଘୃଣ୍ୟନୀତିର ଘୋର ନିନ୍ଦା କରିଥିଲେ। ଏହି ବିକ୍ଷୋଭ ପ୍ରତିବାଦ ସଭାରେ ନେତୃତର ନେଇଥିଲେ ଏସ ୟୂ. ସି ଆଇ ( ସି ) ର ମଦନ ମହାକୁଡ଼, ହରେକୃଷ୍ଣ ଜେନା ନଳିନୀ ସାମଲ ଓ଼ ସନ୍ତୋଷ ଜେନା ଓ଼ ସି. ପି. ଆଇ (ରଂ. ଏଲ ) ର ରତ୍ନାକର ବେହେରା, କୁନୀଲତା ଜେନା ଶ୍ରୀମତୀ ବେହେରା ଜଗା ମୁଣ୍ଡା ଓ଼ ରଜାମୁଣ୍ଡା ପ୍ରମୁଖ।