Odiapua.com

ଏମ୍‌ଏମ୍‌ଡିଆର ବିଲ୍ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଇଣ୍ଡିଆ ମେଂଟର ପ୍ରସ୍ତୁତି ବୈଠକ

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିନେରାଲ ମାଇନ୍ସ ଡେଭେଲପମେଂଟ ସଂଶୋଧନ ବିଲ -୨୦୨୬ ମାଧ୍ୟମରେ ରାଜ୍ୟର ରାଜସ୍ୱ ଅଧିକାର, ଖଣିଜ ସଂପଦ, ସଂଘୀୟ ବ୍ୟବସ୍ଥା କୁ ନଷ୍ଟ କରି କର୍ପୋରେଟ ମାନଙ୍କୁ ଲାଭ ଦେବାର ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତିକୁ ଇଣ୍ଡିଆ ମେଂଟ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ତୀବ୍ର ବିରୋଧ କରାଯାଇ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଏକ ସର୍ବଦଳୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି ଆବାହକତ୍ୱ ରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ରେ ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ। ଆସନ୍ତା ଅଗଷ୍ଟ-୨୫ ତାରିଖରେ ଏହି ବିଲ୍ ବିରୁଦ୍ଧରେ ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଏହା ସହ ଭଦ୍ରକ ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ ପାଇଁ ବୈତରଣୀ ନଦୀର ଧାମନଗର ପଟରେ ଏସକେପ ଗୁଡିକର ଉଚ୍ଚତା ବୃଦ୍ଧି କରିବା, ଭଦ୍ରକ-ଧାମରା ରେଳପଥରେ ବିଭିନ୍ନ ସ୍ଥାନରେ ବକ୍ସ କଲଭର୍ଟ ନିର୍ମାଣ, ସାଳନ୍ଦୀ ସଂସ୍କାର ଯୋଜନା ପୁନର୍ବାର ଆରମ୍ଭ କରିବା, ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା, ରିଲିଫ ବଂଟନରେ ରାଜନୈତିକ ପାତର ଅନ୍ତର ବନ୍ଦ କରିବା, ବନ୍ୟାରେ ଜୀବନ ହରାଇ ଥିବା ଧାମନଗର ବ୍ଲକ ଧୁଷୁରୀ ଅଂଚଳର ବରିଷ୍ଠ ନାଗରିକ ବ୍ରଜକିଶୋର ପଣ୍ଡା ଙ୍କ ପରିବାରକୁ ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ପ୍ରତ୍ୟେକ ଚାଷୀ ଓ ଭାଗଚାଷୀ ମାନଙ୍କ କୃଷି ଋଣ ଓ ମହାଜନୀ ଋଣ ଛାଡ କରିବା, ପ୍ରତି ଚାଷଜମି ଏକର ପିଛା ୨୫୦୦୦ ଟଙ୍କା କ୍ଷତିପୂରଣ, କଚା ଘର ଭଙ୍ଗା ବଦଳରେ ୫ ଲକ୍ଷ ଟଙ୍କା ବିନିମୟରେ ପକ୍କା ଘର ଯୋଗାଇ ଦେବା ଆଦି ଦାବି କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ମିଳିତ ବୈଠକରେ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି,ଦେବରୂପ ମହାନ୍ତି ଜିଲ୍ଲା କଂଗ୍ରେସ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ଜେନା,ପୀତବାସ ଧଳ,ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ସିପିଏମ୍ ନେତା ରାଧାନାଥ ଦାସ, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ସିପିଆଇ ନେତା ରମେଶ ଜେନା, କଂଗ୍ରେସ ନେତା ସେକ୍ ଗୋଲାମ ମହିଉଦ୍ଦିନ, ଯୁବନେତା ବିଜୟ ବାରିକ୍‌, କଂଗ୍ରେସ ନେତା ହାଜି ଅବୁ ହୁସେନ ଖାନ୍‌, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ମହିଳା ନେତ୍ରୀ ଶର୍ମିଷ୍ଠା ପଣ୍ଡା, ବରିଷ୍ଠ ନେତା ଅବଦୁଲ ମୁକିତ୍ ଖାନ୍‌, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, ବରିଷ୍ଠ ସିପିଏମ୍ ନେତା ଗିରିଧାରୀ ନାଥ, କାଳନ୍ଦୀ ପାତ୍ର , ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ଶୁଭାଶିଷ ମଲ୍ଲିକ, ବରିଷ୍ଠ ନେତା ଗଣେଶ ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।