Odiapua.com

ଏମପିଙ୍କୁ ଦାବିପତ୍ର ଦେଲେ ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ବାସଭବନରେ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସାଂସଦଙ୍କୁ ଭେଟି ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ପକ୍ଷରୁ ଏକ ପ୍ରଦାନ କରାଯାଇଛି । ସାଂସଦଙ୍କ ଭଦ୍ରକସ୍ଥିତ ବାସଭବନ ପରିସରରେ ସଂଘର ନେତାମାନେ ଏହି ଦାବି ପତ୍ର ପ୍ରଦାନ ସହ ଓଡିଶା ସରକାରଙ୍କୁ ସେମାନଙ୍କ ନିବେଦନ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ରାଜ୍ୟରେ ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୨୦୦୩ ମସିହାରୁ ଅଦ୍ୟାବଧି କାର୍ଯ୍ୟରତ ଥିବା କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ସାମୟିକ, ପ୍ରଶିକ୍ଷକ ଉଚ୍ଛେଦ କରି ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ନିବେଦନ କରାଯାଇଛି । କେନ୍ଦ୍ର ସରକାରଙ୍କ ମାନବ ସଂଶୋଧକ ବିକାଶ ମନ୍ତ୍ରଣାଳୟ , ବିଦ୍ୟାଳୟ ଏବଂ ଗଣଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ୧୨ ମାସିଆ ହିସାବରେ ଦରମା ପ୍ରଦାନ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ରାଜ୍ୟସରକାର ଏହା ଲାଗୁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଓଡିଶା ରାଜ୍ୟ କଳା, ସଂସ୍କୃତି ଓ କ୍ରୀଡା କ୍ଷେତ୍ରରେ ବିଶ୍ୱଦରବାରରେ ପ୍ରସିଦ୍ଧ ଲାଭ କରୁଥିବା ବେଳେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ତୃଣମୂଳ ସ୍ତରରୁ ସେହି କାର୍ଯ୍ୟପ୍ରତିପାଦନ କରୁଥିବା କଳା ଓ ସଂସ୍କୃତି ଶିକ୍ଷକ ମାନଙ୍କ ପ୍ରତି ସହୃଦୟତା ପୂର୍ବକ ବିଚାର କରି ସେମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରନ୍ତୁ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ମାଧ୍ୟମରେ ଶିକ୍ଷକ ସଂଘ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାଯାଇଛି । ଶିକ୍ଷକ ନେତା ସିଦ୍ଧାର୍ଥ ସାହୁ, ବିପିନ କୁମାର ବସନ୍ତିଆ, ଆଶିଷ କୁମାର ସାହୁ, ଶୌଭ୍ୟରାଣୀ ରାଉତ, ଶିବଶଙ୍କର ମଲ୍ଲିକ ପ୍ରମୁଖ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଉପସ୍ଥିତିରେ ଏହି ଦାବିପତ୍ର ପ୍ରଦାନ କରିଥିଲେ ।