Odiapua.com

ଏମକେସିଜି ରେ ପାଠ ପଢୁଥିବା ପିଲାକୁ କଟକରେ ମାରି ଦେବା ଅଭିଯୋଗ ଆଣିଲେ ପରିବାର

କଟକ ୯ା୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ରାଜ୍ୟ ସରକାର ‘’ମୋସରକାର’’ ଯୋଜନାରେ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିଥିବା ଡିଣ୍ଡିମ ପିଟୁଥିବା ବେଳେ ଏହା ବାସ୍ତବରେ ପ୍ରହଶନରେ ପରିଣତ ହେବା ଅଭିଯୋଗ ହୋଇଛି । ସରକାରୀ ଶିକ୍ଷାନୁଷ୍ଟାନ ଗୁଡିକରେ ଠିକ୍ ଭାବେ ଶିକ୍ଷା ପ୍ରଦାନ କରାଯାଉନଥିବା ବେଳେ ଅଧିକାଂଶ ଶିକ୍ଷାନୁଷ୍ଟାନରେ ଚାତ୍ର-ଛାତ୍ରୀ ମାନଙ୍କୁ କିଛି ଛାତ୍ର ଓ ଅଣଛାତ୍ର ରେଗିଙ୍ଗ କରିବା ସହ ସେମାନଙ୍କୁ ରାସ୍ତାରେ ଆକ୍ରମଣ କରି ଜୀବନରୁ ମାରିଦେବା ଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଏମକେସିଜି ରେ ପାଠ ପଢୁଥିବା ଜଣେ ମେଡିକାଲ ଛାତ୍ରର ପରିବାର ।

 

ଘଟଣାରୁ ପ୍ରକାଶ ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀ ପୁତ୍ର ସତ୍ୟ ପ୍ରକାଶ ଙ୍କ ବଡ ପୁଅ କୁମାର ଅନିକେଶ (୨୧) ବ୍ରହ୍ମପୁରର ଏମକେସିଜିରେ (ଅଲ ଇଣ୍ଡିଆ ନିଟ୍ ରାଙ୍କରେ) ପାଠ ପଡୁଥିବା ବେଳେ ଅନିକେଶ ମେଡିକାଲ କଲେଜ୍ ରେ କିଛି ଛାତ୍ର ଙ୍କ ରେଗିଙ୍ଗ ର ଶୀକାର ହୋଇଥିଲା । ଉକ୍ତ କଥାକୁ ଅନିକେଶ ନିଜ ଘରର ଅଭିଭାବକଙ୍କୁ କହିବା ସହ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲା । ହେଲେ ମେଡିକାଲ ଜଲେଜ୍ କତ୍ତୃପକ୍ଷ ଏତି ପ୍ରତି ଧ୍ୟାନ ଦେଇନଥିଲେ । ଫଳରେ ପୁଣି ରେଗିଙ୍ଗ୍ କରିଆସୁଥିବା ପିଲା ମାନେ ପୁଣି ସେମାନଙ୍କର ଦୈାରାତ୍ମ ବୃଦ୍ଧି ପାଇଥିଲା  କଲେଜର ସହଯୋଗୀଙ୍କ ନିଯ୍ୟାଁତନାରେ ଅନିକେଶ ଅଧ~ðý ହୋଇ ନିଜର ଘର ଅଭିମୁଖେ ବସ ଯୋଗେ ଯାତ୍ରା ଆରମ୍ଭ କରି ନିଜର ମାଉସୀଙ୍କ ଘର ଭୁବନେଶ୍ୱର ନାଲକୋ କଲୋନିରେ ଆସି ପଞ୍ଚି ଥିଲା । ଅନିକେଶ ବ୍ରହ୍ମପୁରରୁ ଘରକୁ ଆସିଲାବେଳେ ତାକୁ ପିଛା କରି ରେଗିଙ୍ଗ୍ କରୁଥିବା କିଛି ପିଲା କଟକ –ଭୁବନେଶ୍ୱର ଆସିଥିବା ଅନିକେଶ ତାର ବାପାଙ୍କୁ ଫୋନ ଯୋଗେ ଜଣାଇଥିଲା ଓ ତାର ଜୀବନ ପ୍ରତି ବିପଦ ଅଛି ଭୁବନେଶ୍ୱରରୁ ତାକୁ ଆସି ନେଇଯିବାକୁ ତାର ବାପା ସତ୍ୟପ୍ରକାଶଙ୍କୁ ଜଣାଇଥିବା ସତ୍ୟ ପ୍ରକାଶ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ମାଉସୀ ଘରୁ ବାପା ପୁୁଅ ନିଜ ଘର ଭଦ୍ରକ ଫେରିଲା ବେଳେ ଦୁଇଜଣଙ୍କୁ ପିଛା କରୁଥିବା ଅପରାଧି ମାନେ କଟକ ଯୋବ୍ରା ଆନିକଟ୍ ନିକଟରେ ଦୁହେଁ ଏକ ଜଳଖିଆ ଦୋକାନରେ ଜଳଖିଆ ଖାଇଲା ବେଳେ ପୁଅକୁ ଫେନରେ ଡାକି ନିକଟସ୍ଥ ତାଳଦଣ୍ଡା କେଲାଲରେ ତାର ମୃତ ଦେହକୁ ପକାଇଥିବା ବାପା ସତ୍ୟ ପ୍ରକାଶ ଜଗତପୁର ଥାନାରେ ଅଭିଯୋଗ କରିଥିଲେହେଁ ଥାନା ଅଧିକାରୀ ଏହା ହତ୍ୟାକାଣ୍ଡ ନୁହେଁ ଆକଷ୍ମିକ ମୃତ୍ୟୁର ଆଖ୍ୟା ଦେଇ ଏକ ଅପମୃତ ମାମଲା କରି କେଶକୁ ରଫା ଦଫା କରିଥିଲେ । ଅନିକେଶକୁ ବ୍ରହ୍ମପୁରରେ କିଛିପିଲା ମେଡିକାଲ କଳେଜ୍ ରେ ରେଗିଙ୍ଗ୍ କରୁଥିବାର ପ୍ରମାଣ ଥିବା ସହ କିଛିପିଲା ତାର ପିଛାକରି କଟକ ଆସିଥିବା ବେଳେ ଜଗତପୁର ପୁଲିସ ଏହାକୁ ତଦନ୍ତ ନକରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଡେଡ୍ ବଡି Inquest report ରେ ଜବରଦସ୍ତ ଦସ୍ତଖତ କରିବାର କାରଣ କଣ ତାହା ତାଙ୍କ ବାପା ସତ୍ୟ ପ୍ରକାଶ  ମିଡିଆ ନିକଟରେ ପ୍ରଶ୍ନ ଉଠାଇବା ସହ ଏହାକୁ ନେଇ ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି । ଉକ୍ତ ଘଟଣାର ନିରପକ୍ଷ ତଦନ୍ତ ପାଇଁ  ମୃତ ଛାତ୍ରର ପରିବାର ପକ୍ଷରୁ ଜାତୀୟ ମାନବାଧିକାର କମିଶନ,ଦିଲ୍ଲୀ, ରାଜ୍ୟ ମୂଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ ଭୁବନେଶ୍ୱର , ରାଜ୍ୟପଳ ଓଡିଶା , ୫ଟି ସେକ୍ରେଟାରୀ,ଭୁବନେଶ୍ୱର , ଏଡିଜି କ୍ରାଇମ୍ ବ୍ର ପୋଲିସ କଟକ ଓ ଭୁବନେଶ୍ୱର ପୁଲିସ ବିଭାଗ ସେକ୍ରେଟାରୀଙ୍କ ନିକଟରେ ଗୁହାରି କରି ତାଙ୍କ ପୁତ୍ରର ମୃତ୍ୟୁର କାରଣ କଣ ଜାଣିବାକୁ ଅନୁରୋଧ କରିଛନ୍ତି ସତ୍ୟପ୍ରକାଶ ।.