Odiapua.com

ଏମଏସ ଧୋନୀଙ୍କ ଘରେ ସୁରକ୍ଷା ବଢ଼ିଲା – ଆଇପିଏଲ ମ୍ୟାଚ ହାରିବା ପରେ ଝିଅ ଜୀଭାଙ୍କ ସହ ଦୁଷ୍କର୍ମ କରିବାର ଧମକ ସୋସିଆଲ ମିଡ଼ିଆରେ ମିଳିଥିଲା

ନୂଆ ଦିଲ୍ଲୀ ୧୦-୧୦ (ଓଡ଼ିଆ ପୁଅ) ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଆଇପିଏଲରେ ବିଫଳତା ନେଇ ସୋସିଆଲ ମିଡିଆରେ ତାଙ୍କ ୫ ବର୍ଷର ଝିଅ ଜୀଭାଙ୍କ ସହ ଦୁଷ୍କର୍ମ କରିବାକୁ ଧମକ ଦିଆଯିବା ପରେ ରାଞ୍ଚିରେ ଧୋନିଙ୍କ ବାସଭବନର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟଯେ, ବୁଧବାର ଦିନ ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କେହି ଜଣେ ଦୁବୃତ୍ତ ଏପରି ଧମକ ଦେଇଥିଲା।

ଧୋନିଙ୍କ ନିରୀହ ଝିଅକୁ ଦୁଷ୍କର୍ମ କରିବାର ଧମକକୁ ଗମ୍ଭୀରତାର ସହ ଗ୍ରହଣ କରି ରାଞ୍ଚିରେ ତାଙ୍କ ଫାର୍ମ ହାଉସ ଏବଂ ଘରର ସୁରକ୍ଷାକୁ ବୃଦ୍ଧି କରାଯାଇଛି। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଟ୍ରୋଲିଂ ଜୋରଦାର କରାଯାଇଛି।

ପୋଲିସ୍ କହିଛିଯେ, ଶୀଘ୍ର ଉକ୍ତ ଦୁର୍ବୃତ୍ତକୁ ଗିରଫ କରାଯିବ।