Odiapua.com

ଏମଏସସି ପଦାର୍ଥ ବିଜ୍ଞାନରେ ସୈାମ୍ୟାଂଶୁ ଟପର, ରାଷ୍ଟ୍ରପତିଙ୍କ ଠାରୁ ସ୍ୱର୍ଣ୍ଣପଦକ ଲାଭ

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତର ନିମପଡ଼ା ଗ୍ରାମର ସୈାମ୍ୟାଂଶୁ କର ଶର୍ମା ଫକିର ମୋହନ ବିଶ୍ୱବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନର ଏମ ଏସସି ବିଷୟ ରେ ସର୍ବେଚ୍ଚ ନମ୍ବର ରଖି ଟପର ହୋଇଥିବାରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସ୍ୱର୍ଣ୍ଣ ପଦକ ସହ ମାନପତ୍ର ପ୍ରଦାନ କରିଛନ୍ତି । ଅନୁଷ୍ଠିତ ସମାବର୍ତନ ଉତ୍ସବର ଅନ୍ୟତମ ବିଶିଷ୍ଟ ଅତିଥିଭାବେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭପାଣି ,ଉଚ୍ଚଶିକ୍ଷା ଓ ସଂସ୍କୃତି ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂଯ୍ୟବଂଶୀ ସୁରଜ,ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ,ସ୍ଥାନୀୟ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ସଦର ବିଧାୟକ ମାନସ ରଂଜନ ଦତ,ପ୍ରଫେସର ସଂନ୍ତୋଷ କୁମାର ତ୍ରୀପାଠୀ ଙ୍କ ସହ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ । ଶ୍ରୀ ଶର୍ମା ଆଇନଜୀବୀ ଜ୍ଞାନଦା କରଶର୍ମା ଓ ବିବେକାନଂଦ ଶିଶୁମନ୍ଦିର ଗୁରୁମା ଦମୟନ୍ତି କର ଶର୍ମା ଙ୍କ ର ଏକ ମାତ୍ର ପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ନିଜର କଠୋର ପରଶ୍ରମ ଓ ବିଶ୍ୱ ବିଦ୍ୟାଳୟର କୁଳପତି,ପ୍ରଧ୍ୟାପିକା ପ୍ରାଧ୍ୟାପଙ୍କ ଓ ଆତ୍ମୀୟ ସ୍ୱଜନ ଙ୍କ ଆଶୀବାଦ ବୋଲି ପ୍ରକାଶ କରିଛନ୍ତି ।