Odiapua.com

ଏମଏସଏମଇ କ୍ଷେତ୍ରରେ ଋଣ ସୀମା ସଂଶୋଧନ ପାଇଁ ସୁପାରିଶ

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଗୁଡ଼ିକୁ ଯୋଗାଇ ଦିଆଯାଉଥିବା ବନ୍ଧକମୁକ୍ତ ଋଣ ସୀମା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଗଠିତ ଏକ କମିଟି ସୁପାରିସ କରିଛି। ଆହୁରି ଏହି କମିଟି ମୁଦ୍ରା ଯୋଜନାରେ ଦିଆଯାଉଥିବା ଋଣ ସୀମାକୁ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଲାଗି ମଧ୍ୟ ସୁପାରିସ କରିଛି।

କେନ୍ଦ୍ର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଏହି ସୂଚନା ଦେଇଛନ୍ତି।