Odiapua.com

ଏବେ ସମସ୍ତ ବିଧାୟକ ନେବେ ଟ୍ରେନିଂ

ଭୁବନେଶ୍ଵର,୧୧/୦୯,(ଓଡ଼ିଆ ପୁଅ ପି ନାୟକ): ରାଜ୍ୟର ସମସ୍ତ ବିଧାୟକ ନେବେ ଟ୍ରେନିଂ । ଆସନ୍ତା ୧୩ ଓ ୧୪ ତାରିଖରେ ବିଧାନସଭାରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ । ପାର୍ଲିଆମେଣ୍ଟରୁ କେନ୍ଦ୍ରୀୟ ୬ ଜଣିଆ ଅଧିକାରୀ ଓଡିଶା ଆସିବେ । ସଂପୃକ୍ତ ଅଧିକାରୀମାନେ ବିଧାୟକମାନଙ୍କୁ ଟ୍ରେନିଂ ଦେବେ ।ବିଧାନସଭାରେ ନିଜ ମତ କିଭଳି ରଖିବେ, ଆଚରଣ ଉଚ୍ଚାରଣ, ପାର୍ଲିଆମେଣ୍ଟାରୀ ଆଫେୟାର୍ସ, ଭାରତର ସମ୍ବିଧାନ, ବିଧାସଭାର ନିୟମାବଳୀ, ବିଧାୟକଙ୍କ କର୍ତ୍ତବ୍ୟ ଉପରେ ଏହି ଦୁଇ ଦିନିଆ କର୍ମଶାଳାରେ ଟ୍ରେନିଂ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନିଂ କାର୍ଯ୍ୟକ୍ରମର ଉଦଘାଟନ କରିବେ । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।