Odiapua.com

ଏବେ ମୋବାଇଲ ଦେବ ସୁରକ୍ଷା

ନୂଆଦିଲ୍ଲୀ,୩୦/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ସ୍ମାର୍ଟଫୋନ୍‌ ଏବେ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉନାହିଁ ବରଂ ସବୁ କାମ ଏବେ ସ୍ମାର୍ଟଫୋନ୍‌ ଦ୍ୱାରା କରାଯାଇପାରୁଛି। କୁଆଡ଼େ ବୁଲିବାକୁ ଯିବାକୁ ଗାଡ଼ି ବୁକ୍‌ କରିବା ହେଉ ବା ଖାଇବା ପାଇଁ ଭଲ ରେସ୍ତୋରାଁ ଖୋଜିବାକୁ, ସବୁକାମ ସ୍ମାର୍ଟଫୋନ୍‌ରେ ମାତ୍ର କିଛି ମିନିଟ୍‌ ମଧ୍ୟରେ ହୋଇପାରୁଛି। ତେବେ କେବଳ କାମ ପାଇଁ ବ୍ୟବହାର କରାଯାଉଥିବା ସ୍ମାର୍ଟଫୋନ୍‌ ଏବେ ଆପଣଙ୍କୁ ସୁରକ୍ଷା ମଧ୍ୟ ଯୋଗାଇବ। କୌଣସି ଅସୁବିଧା ବା ଜଟିଳ ପରିସ୍ଥିତିରେ ଫୋନ୍‌ ଆମକୁ ସୁରକ୍ଷା ଦେବ। ଆସନ୍ତୁ ଜାଣିବା ସୁରକ୍ଷିତ ରହିବା ପାଇଁ କେଉଁ ଆପ୍‌ ଡାଉନ୍‌ଲୋଡ୍‌ କରିବେ ଆପଣ:

ଏହି ଆପ୍‌ରେ ଆପଣ ପରିବାର, ବନ୍ଧୁବାନ୍ଧବଙ୍କ ସହ ଏକ ସୁରକ୍ଷିତ ନେଟ୍‌ଓ୍ଵାର୍କ ତିଆରି କରିପାରିବେ। ଏହି ଆପ୍‌ରେ ଭଏସ୍‌ ଆଲାର୍ମ ଆକ୍ଟିଭିସନ୍‌, ଲାଇଭ୍‌ ଷ୍ଟ୍ରିମିଂ ଏବଂ ଅଟୋମେଟିକ ଅଡିଓ-ଭିଡିଓ ରେକର୍ଡିଂ ଭଳି ଆବଶ୍ୟକୀୟ ଫିଚର ରହିଛି। ଯାହା ସାହାଯ୍ୟରେ ଆପଣଙ୍କ ନେଟ୍‌ଓ୍ଵାର୍କରେ ଥିବା ଲୋକେ ଆପଣଙ୍କ ଗତିବିଧି ଉପରେ ନଜର ରଖିପାରିବେ। ଫୋନ୍‌କୁ ଟଚ୍‌ ନ କରି ମଧ୍ୟ ଭଏସ୍‌ ଦ୍ୱାରା ଆପଣ ନିଜ ଅବସ୍ଥା ସମ୍ପର୍କରେ ପରିବାରକୁ ଜଣାଇପାରିବେ।

ମହିଳା ଏବଂ ଯୁବତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ରକ୍ଷା ଆପ୍‌ ନିର୍ମିତ ହୋଇଛି। ଏଥିରେ ପ୍ରଥମେ ଆପଣଙ୍କୁ ଏମରଜେନ୍ସି କନ୍‌ଟେକ୍ସଟ୍‌ ଚୟନ କରିବାକୁ ହେବ। ଏହା ପରେ ଯେକୌଣସି ପରିସ୍ଥିତିରେ ଆପ୍‌ର ବଟନ୍‌ ଦବାଇ ସ୍ମାର୍ଟଫୋନ୍‌କୁ ହଲାଇ ବା ଭଏସ୍‌ କମାଣ୍ଡ ଦେଇ ଆଲର୍ଟ ପଠାଇପାରିବେ। ଏହି ଆପ୍‌ରେ ଆଉ ଏକ ଫିଚର ମଧ୍ୟ ରହିଛି ଯାହା ସାହାଯ୍ୟରେ ଆପଣଙ୍କ ଲୋକେସନ୍‌ ଅନୁସାରେ ଆଖପାଖରେ ଥିବା ଥାନାକୁ ମଧ୍ୟ ଆପଣ ବିପଦରେ ଥିବା ସୂଚନା ମିଳିଯିବ।