Odiapua.com

ଏବେ ଭାରତୀୟ ଭାଷାରେ ଦେବାକୁ ହେବ ସମସ୍ତ ଟିଭି ସୋ’ ର ଟାଇଟେଲ, କେନ୍ଦ୍ରର ନିର୍ଦ୍ଦେଶ

ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) : ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ସମସ୍ତ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ନିର୍ଦ୍ଦେଶ ଜାରୀ କରିଛନ୍ତି। ସିରିଏଲର ପ୍ରାରମ୍ଭ କିମ୍ବା ଶେଷରେ ଦିଖା ଯାଉଥିବା ଟାଇଟେଲ୍ ଏବେ ଇଂରାଜୀ ସହିତ ହିନ୍ଦୀରେ ମଧ୍ୟ ଦେଖାଇବାକୁ ହେବ।

ସମାଚାର ଏଜେନ୍ସୀ ଏଏନଆଇ ଅନୁସାରେ ଜାବଡ଼େକର ଏହା ଆଦେଶ ଜାରୀ କରି ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି କି ଯେଉଁ ଟିଭି ଧାରାବାହିକ ଦେଖାଉଛନ୍ତି, ସେହି ପ୍ରୋଗ୍ରାମ ଶେଷରେ କିମ୍ବା ଆରମ୍ଭରେ କେବଳ ଇଂରାଜୀରେ ଟାଇଟେଲ ଦିଆ ଯାଇଥାଏ। ଭାରତୀୟ ଭାଷାଗୁଡ଼ିକୁ ସମ୍ମାନ ଦେବାପାଇଁ, ଏହି ଟିଭି ଚ୍ୟାନେଲଗୁଡ଼ିକ ଏହି ଟାଇଟଲକୁ ଭାରତୀୟ ଭାଷାରେ ମଧ୍ୟ ଦିଖାଇବା ପାଇଁ କୁହାଯାଇଛି।

ପ୍ରକାଶ ଜାବଡେକର ଏହା ମଧ୍ୟ କହିଛନ୍ତି କି ଯଦି ସେ ଭାରତୀୟ ଭାଷାଗୁଡ଼ିକ ବ୍ୟତୀତ ସିରିଏଲର ଟାଇଟଲ ଇଂରାଜୀରେ ମଧ୍ୟ ଦେଖାଇବାକୁ ଚାହାଁନ୍ତି ତେବେ ଏଥିରେ କୌଣସି ସମସ୍ୟା ନାହିଁ। ସେମାନେ ଏହା କରିବା ପାଇଁ ସ୍ଵତନ୍ତ୍ର। ଆମେ କାହାକୁ ଏମିତି କରିବାକୁ ରୋକୁନାହୁଁ। ଆମେ କେବଳ ଭାରତୀୟ ଭାଷାକୁ ଜୋଡ଼ୁଛୁ। ଏମିତି ଆଦେଶ ସିନେମା ପାଇଁ ମଧ୍ୟ ଜାରୀ କରାଯିବ।