Odiapua.com

ଏବେ ବି ମଣ୍ଡିରେ ପଡିଛି ଧାନ,ଟାର୍ଗେଟ ସରିଗଲା କହି ହାତ ଯୋଡିବସିଛି ପ୍ରଶାସନ, ଆନ୍ଦୋଳନ ପାଇଁ ଚାଷୀ ପ୍ରସ୍ତୁତି

ମାଲକାନଗିରି,୭ା୨(ଓଡିଆ ପୁଅ)  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ ନଭେମ୍ବର ମାସ ୨୫ତାରିଖ ଠାରୁ କାଲିମେଳା,ମାଲକାନଗିରି,ପଡିଆ, କୋରକୁଣ୍ଡା, କୁଡୁମୁଲୁଗୁମ୍ମା, ଖଇରପୁଟ, ମାଥିଲି ସାତଟିଯାକ ବ୍ଲକର ବିଭିନ୍ନ ସ୍ଥାନରେ ଜିଲ୍ଲାପ୍ରଶାସନ ପକ୍ଷରୁ ୬୨ ମଣ୍ଡି ଖୋଲାଯାଇ ଧାନକ୍ରୟ ଚାଲିଛି । ଜିଲ୍ଲାରେ ମୋଟ ୧୧ଲକ୍ଷ ୨୦ହଜାର କୁଇଟାଂଲ ଧାନ କ୍ରୟ କରାଯିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ନିସ୍ପତି ନିଆ ଯାଇଛି , ଜିଲ୍ଲାରେ ମିଲର ଓ ଯୋଗାଣ ବିଭାଗ ପକ୍ଷରୁ ଧାନକ୍ରୟର ଟାର୍ଗେଟ ପୁରି ଯାଇଥିବା ଆଳ ଦେଖାଇ ମଣ୍ଡିଗୁଡିକରୁ ଧାନ ଉଠାଉ ନଥିବା ବେଳେ ଏବେ ବି ଅନେକ ଧାନ ମଣ୍ଡିରେ ଓ ଚାଷୀଙ୍କ ଘରେ ଶହ ଶହ କୁଇଟାଂଲ ଧାନ ପଡିରହିଛି । ବିଶେଷ କରି ମାଲକାନଗିରି ନିୟନ୍ତ୍ରୀତ ବଜାର କମଟି ଓ ଅନ୍ୟାନ ଧାନ ମଣ୍ଡିରେ ଅନେକ ଦିନରୁ ଧାନପଡି ରହିଥିବାର ଦେଖିବାକୁ ମିଳିଛି । ବଇଲାପାରି ଗ୍ରାମର ଚାଷୀ ଟୁକୁର ମାଡକାମି ଙ୍କ ୨୫କୁଇଟାଂଲ,ଉଙ୍ଗାପଡିଆମିଙ୍କ ୩୦କୁଇଟାଂଲ,ତମସା ଗ୍ରାମର ବିଜୟ ପଡିଆମିଙ୍କ ୫୦କୁଇଂଟାଲ,ଏମଭି୭ ଗ୍ରାମର କେଶବ ସରଦାରଙ୍କ ୫୦କୁଇଂଟାଲ, ମହେଶ୍ୱରା ମିସ୍ତ୍ରୀଙ୍କ ୩୦କୁଇଂଟାଲ,ଗଙ୍ଗାମାଡକାମିଙ୍କ ୩୦କୁଇଂଟାଲ,ସରୋଜ ମହାନ୍ତିଙ୍କ ୮୦କୁଇଂଟାଲ କାଲାଚାନ୍ଦ ବିଶ୍ୱାସଙ୍କ ୨୫କୁଇଂଟାଲ,ସୁମନ୍ତାରାୟଙ୍କ ୩୦କୁଇଂଟାଲ,ନାରାୟଣଦାସଙ୍କ ୩୦କୁଇଂଟାଲ ଧାନ ଏବେ ବି ଧାନମଣ୍ଡି ଓ ନିଜ ଘରେ ପଡିରହିଥିବାର ସେମାନେ ଅଭି ଯୋଗ କରିଛନ୍ତି । ଧାନମଣ୍ଡିରେ ଧାନଗୁଡିକ ପଡିରହିଥିବାରୁ ସେମାନେ ଜଗିରହିଥିବାର ଦେଖିବାକୁ ମିଳିଛି । ଧାନ ମଣ୍ଡି ଖୋଲିବା ବେଳେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମାନେ ଘୋଷଣାକରିଥିଲେ କୌଣସି ଚାଷୀଙ୍କୁ ହତାଶ କରା ନ ଯାଇ ସେମାନଙ୍କ ନିକଟରେ  ଧାନ ଥିଲା ପର୍ଯ୍ୟନ୍ତ ମଣ୍ଡିରେ ଧାନ କ୍ରୟ କରା ଯିବ ହେଲେ ଏବେ ବି ଶହ ଶହ କୁଇଂଟାଲ ଧାନ ଚାଷୀ ମାନଙ୍କ ନିକଟରେ ଗଛିତ ରହିଥିଲେ ମଧ୍ୟ ଟାର୍ଗେଟ ସରିଗଲା କହି ଧାନ କିଣା ଯାଉନଥିବାରୁ ଆଗାମି ଦିନରେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ କହିଛନ୍ତି । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ନିୟନ୍ତ୍ରୀତ ବଜାର କମିଟି ମଣ୍ଡି,ସହିତ ମାଥିଲି କାଲିମେଳା,ପଡିଆ,ଖଇରପୁଟ, କୋରକୁଣ୍ଡା,ଗୁମ୍ମା,ଆଦି ଧାନ ମଣ୍ଡିରେ ଶହ ଶହ କୁଇଟାଂଲ ଧନପଡିଥିବାର ଦେଖିବାକୁ ମଳିଳିଛି । ମାଲକାନଗିରି ଜିଲ୍ଲାର ୮ଟି ଲ୍ୟାମ୍ପସରେ ୩୨ହଜାର ଚାଷୀଙ୍କ ନାମପଜିକରଣ କରାଯାଇ ୧୧ଲକ୍ଷ ୨୦ହଜାର କ୍ବିଟାଂଲ ଧାନ କିଣାଯିବାପାଇଁ ସରକାରଙ୍କ ପକ୍ଷରୁ ଟାର୍ଗେଟ ଦିଆ ଯାଇଥିବା ବେଳେ ଇତି ମଧ୍ୟରେ ୧୦ ଲକ୍ଷ ୮୦ହଜାର କୁଇଂଟାଲ ଧାନ ମଣ୍ଡିରେ କ୍ରୟ ହୋଇ ସାରିଛି । ଗତ୬ତାରିଖ ସୁଦ୍ଧା ୧୬୦କୋଟି ଟଙ୍କା ଚାଷୀମାନଙ୍କ ଧାନବିକ୍ରୟ ଟଙ୍କା ପାସବୁକରେ ଜମା ହୋଇ ସାରିଛି । ସମସ୍ତ ଚାଷୀମାନଙ୍କୁ ଏକ ସପ୍ତାହ ମଧ୍ୟରେ ସେମାନଙ୍କ ଧାନ ବିକ୍ରୀ ପଇସା ଅନଲାଇନ ମାଧ୍ୟମରେ ଦିଆଯାଉଛି ,ସମସ୍ତ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହିତ ଧାନ କ୍ରୟ ଚାଲିଛି, କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ, ସମସ୍ଥ ମଣ୍ଡିକୁ ଯୋଗଣ ବିଭାଗ ଅଧାକାରୀ ଓ ଲ୍ୟାମ୍ପସ ଏମଡି ଙ୍କ ସହିତ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନ କରି ଚାଷୀମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେଥିପ୍ରତି ତଦାରଖ କରା ଯାଉଛି । ଜିଲ୍ଲାର ପ୍ରାୟ ସମସ୍ତଚାଷୀଙ୍କ ଠାରୁ ଧାନକ୍ରୟ ସରିଗଲାଣି  ,କେତକ ଚୋରା ବେପାରି ଓ ମଧ୍ୟସ୍ତି ବିନା ଟୁକନରେ ସେମାନଙ୍କ ଧାନକୁ ଆଣି  ମଣ୍ଡିରେ ରଖି ହୋ ହାଲା କରୁଛନ୍ତି, ଏଥିପ୍ରତି ଜିଲ୍ଲାପ୍ରଶାସନ ସଜାଗ ରହି ଅନୁସନ୍ଧାନ ଚଳାଇଛନ୍ତି, ଆବଶ୍ୟକ ପଡିଲେ ଦଲାଲ ଓ ଚୋରା ବେପାରିମାନଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଅଭିମନ୍ୟୁମାହାନ୍ତି  କହିଛନ୍ତି ।