Odiapua.com

ଏବେ ବି ଦାରିଦ୍ର୍ୟ ସୀମାରେଖା ତଳେ ରହିଛି ଏହି ଦେଶ

କରାଚି,୨୭/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆଜି ବି ଅନେକ ଦେଶ ଅଛି ଯାହା ଦାରିଦ୍ର୍ୟ ସୀମାରେଖା ତଳେ ରହିଛି । ଆଉ ଏହା ଭିତରେ ପାକିସ୍ତାନ ଭଳି ଦେଶ ସାମିଲ ରହିଛି । ଆଜି ବି ସେଠାରେ ଅନେକ ଲୋକ ଖାଇବାକୁ ନ ପାଇ ଭୋକ ଉପାସରେ ଦିନ କାଟୁଛନ୍ତି । ଫଳରେ ବହୁ ସଂଖ୍ୟକ ପିଲା କୁପୋଷଣର ଶିକାର ହେବା ସହ  ସେମାନଙ୍କ ଶରୀର ବୃଦ୍ଧିରେ ବାଧା ସୃଷ୍ଟି ହେଉଛି ବୋଲି ଏକ ସର୍ଭେରୁ ଜଣାପଡିଛି ।

ତେବେ ୨୦୧୮ ମସିହା ଜାତୀୟ ପୋଷକତତ୍ତ୍ୱ ସର୍ଭେ ଅନୁସାରେ,  ପାକିସ୍ତାନର ୫୦% ପରିବାର ଦୁଇ ଓଳି ଖାଇବାକୁ ପାଉ ନ ଥିବାରୁ ସୁଷମ ଆହାରଜନିତ ଅଭାବ ପରିଲକ୍ଷିତ ହେଉଛି ବୋଲି ‘ଦି ଏକ୍ସ୍‍ପ୍ରେସ୍‌ ଟ୍ରିବ୍ୟୁନ୍‌’ରେ  ଖବର ପ୍ରକାଶ ପାଇଛି ।

ଫଳରେ ପାକିସ୍ତାନରେ ୪୦. ୨% ପିଲାଙ୍କର ମାନସିକ ଓ ଶାରୀରିକ ବିକାଶ ଘଟି ପାରୁ ନାହିଁ। ତେବେ ଅଧ୍ୟୟନ ରେ ପ୍ରାୟ ୧୧୫, ୬୦୦ ପରିବାରକୁ ସାମିଲ କରାଯାଇଥିଲା। ଯାହା ମଧ୍ୟ ରେ ୧୪୫, ୩୨୫ ମହିଳା, ପାଞ୍ଚ ବର୍ଷରୁ କମ୍‌ ବୟସ୍କ ୭୬, ୭୪୨ ପିଲା ଏବଂ ୧୦ ବର୍ଷରୁ ୧୯ ବର୍ଷ ମଧ୍ୟରେ ୧୪୫, ୮୪୭ ନାବାଳକ ଥିଲେ।