Odiapua.com

ଏବେ ପୁଣି ଖୋଲିବ ବାର୍

ଭୁବନେଶ୍ଵର, ୨୩/୦୯, (ଓଡ଼ିଆ ପୁଅ ପି ନାଏକ): ପୁଣି ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍‌। ଏନେଇ ୭ଟି ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇଛନ୍ତି ଅବକାରୀ କମିଶନର। ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସ ବାର୍‌ ଖୋଲାଯିବ। ଯଦିଓ ଡ୍ୟାନ୍ସ ବାର୍‌ ଖୋଲିବା ନେଇ ଅନୁମତି ମିଳିଛି କିନ୍ତୁ ଏଥିପାଇଁ କିଛି କଟକଣା ରଖାଯାଇଛି।

ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ସେହିପରି ବାର୍ ଡ୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି ଗ୍ରାହକ। ୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ନିୟୋଜିତ କରାଯିବନି। ଡ୍ୟାନ୍ସ ବାରରେ ନିୟୋଜିତ ଯୁବତୀଙ୍କ ପରିଚୟ ପତ୍ର ରହିବ। ପ୍ରତି ଡ୍ୟାନ୍ସ ବାର୍‌ରେ ସିସିଟିଭି ଲଗାଯିବ।