Odiapua.com

ଏବେ ଝାରସୁଗୁଡ଼ା ବିମାନ ବନ୍ଦରରେ କୌଣସି ପାଗରେ ବିମାନ ଅବତରଣ କରିପାରିବ

ସମ୍ବଲପୁର,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଝାରସୁଗୁଡା ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ଆଇଲସ ବା ଇନଷ୍ଟ୍ରୁମେଣ୍ଟ ଲେଣ୍ଡିଂ ସିଷ୍ଟମ । ଏହି ସିଷ୍ଟମ ଲାଗିଲେ କୌଣସି ପାଗରେ ବି ବିମାନ ଅବତରଣ କରିପାରିବ । ଏନେଇ ଝାରସୁଗୁଡା ବିମାନ ବନ୍ଦରର ନିର୍ଦେଶକ ଏସ କେ ଚୌହାନ ସୂଚନା ଦେଇଛନ୍ତି ।