Odiapua.com

ଏବେ ଖଜଣା ପୈଠ କରିବାକୁ ଆଉ ଯିବାକୁ ପଡ଼ିବନି ଅଫିସ

ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଏଣିକି ଜମି ଖଜଣା ପଇଠ କରିବାକୁ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଦଉଡିବାକୁ ପଡିବନି। ଭୂ ରାଜସ୍ୱ ପଇଠ ପାଇଁ ଆରମ୍ଭ ହୋଇଛି ଅନ୍‌ ଲାଇନ୍‌ ଲ୍ୟାଣ୍ଡ ରେଭିନ୍ୟୁ ପେମେଣ୍ଟ ସିଷ୍ଟମ। ରାଜସ୍ୱ ପଇଠ ନେଇ ଥିବା ପ୍ରକ୍ରିୟା ଅଧିକ ସରଳ ହୋଇଛି। ଏହି ବ୍ୟବସ୍ଥାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜସ୍ୱ ପଇଠ କରୁଥିବା ଚାଷୀଙ୍କୁ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଯିବାକୁ ପଡିବ ନାହିଁ।

ଏହି ବ୍ୟବସ୍ଥା ଭୁବନେଶ୍ୱର ଏନ୍‌ଆଇସି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ରାଜସ୍ୱ ପଇଠର କେଇ ମିନିଟ୍‌ ଭିତରେ ରସିଦ ମିଳିଯିବ। ରାଜସ୍ୱ ବିଭାଗ 5T କାର୍ଯ୍ୟକାରୀ କରିବାକୁ ଯାଇ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିଛି। ଏଥିଲାଗି ରାଜସ୍ୱ ବିଭାଗକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକେ ମଧ୍ୟ ଏହି ବ୍ୟବସ୍ଥାକୁ ନେଇ ଖୁସି ପ୍ରକାଶ କରିଛନ୍ତି। ଏହି ବ୍ୟବସ୍ଥାର କିଛି ବ୍ୟବହାରକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍‌ସିଂ ଜରିଆରେ କଥା ହୋଇଥିଲେ।