Odiapua.com

ଏବେ ଇଲିସି କିଲୋ ପିଛା କେତେ ଜାଣନ୍ତୁ

ପାରାଦୀପ,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ପାରାଦୀପରେ ଏବେ ଇଲିଶି କିଲୋ ୬ଶହରୁ ୭ ଶହ ଟଙ୍କା । ଲଘୁଚାପ ବର୍ଷା ଓ ବନ୍ୟା ଜଳ ସମୁଦ୍ରରେ ପ୍ରବେଶ କରିବା ପରେ ଏବେ ଇଲିଶି ମାଛ ଧରାପଡୁଛନ୍ତି । ଫଳରେ ୨ଦିନ ଆଗରୁ ଇଲିଶି କିଲୋ ୧୬ ଶହ ଟଙ୍କା ଥିବା ବେଳେ ଏବେ ତାହା ଖସି ଆସିଛି । ଇଲିଶି ମାଛ କିଣିବା ପାଇଁ ପାରାଦୀପ ଅଠରବାଙ୍କିର ବାଲି ପ୍ଲଟରେ ଗ୍ରାହକଙ୍କ ଭିଡ଼ ଜମୁଛି । ଆଗକୁ ବର୍ଷା ହେଲେ ଅଧିକ ଇଲିଶିର ମାତ୍ରା ଅଧିକ ହେବ । ଭଲ ବ୍ୟବସାୟ ହେବ ବୋଲି କହିଛନ୍ତି ବ୍ୟବସାୟୀ ।