Odiapua.com

ଏବିଭିପି ପକ୍ଷରୁ ରାଷ୍ଟ୍ରୀୟ କଳା ମଞ୍ଚର ଜିଲ୍ଲାସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭଦ୍ରକ ଜିଲ୍ଲା ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କଳା ପ୍ରତି ରୁଚି ରଖୁଥିବା ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶାର ପୂର୍ବତନ ରାଜ୍ୟ ଉପ ସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି, ଏବିଭିପିର ପୂର୍ବତନ ଜିଲ୍ଲା ପ୍ରମୁଖ ତଥା ବରିଷ୍ଠ ସମାଜସେବୀ ଅମ୍ବିକା ପ୍ରସନ୍ନ ଦାସ, ନୃତ୍ୟ ଗୁରୁ ନାଟ୍ୟଶ୍ରୀ ନିର୍ମଳ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ରୁଦ୍ର ମାଧବ ବାରିକ, କବି କୈଳାଶ ଦାସ ଯୋଗ ଦେଇଥିଲେ ନଅଟି ବିଭାଗର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ସମ୍ମାନୀତ କରିଥିଲେ । ଚଳିତ ମାସ ୧୯,୨୦,୨୧ ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣନ୍ତୁ ବୋଲି ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ସଫଳ ପ୍ରତିଯୋଗୀ ମାନଙ୍କୁ ଆହ୍ୱାନ କରିଥିଲେ ।

କଳା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ଏବଂ ପ୍ରତିଭା ସଙ୍ଗମ ଆୟୋଜନ ବିଷୟରେ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ବାଲେଶ୍ୱର ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା ପ୍ରିୟଙ୍କା ଦାଶ, ଜିଲ୍ଲା ସହ ସଂଯୋଜକ ଅରବିନ୍ଦ ଷଡ଼ଙ୍ଗୀ, ବିଭାଗ ସହ ସଂଯୋଜକ ବିଶ୍ୱନାଥ ସୋନୁ ଲାହା ବିଭାଗ ଛାତ୍ରୀ ସହ ପ୍ରମୁଖ ପାର୍ବତୀ ମିଶ୍ର, ରାଜ୍ୟ ଏସ୍‌ଏଫଡି ସହ ସଂଯୋଜକ ବିଭୁ କିଶୋର ରାଉତ, ବାଲେଶ୍ୱର ବିଭାଗ ସଂଗଠନ ମନ୍ତ୍ରୀ ସମ୍ବିତ ପ୍ରସାଦ ରାଉତ, ପୂର୍ବତନ ଜିଲ୍ଲା ସଂଯୋଜକ ବଦ୍ରି ମୋହନ ରାଉତ, ଭଦ୍ରକ ନଗର ସଭାପତି ବସନ୍ତ କୁମାର ଦୀକ୍ଷିତ, ନଗର ସମ୍ପାଦକ ଓମ୍ କାର ମହାନ୍ତି , ଧାମନଗର ନଗର ସମ୍ପାଦକ ହିଂମାଶୁ ମହାରଣା, ଶୁଭମ୍ ରାଉତ, ରାହୁଲ ଦେବ ସାହୁ, ଶଶି କଳା ସାହୁ, ହିମାଂଶୁ ମହାରଣା, ରାକେଶ ରାଉତ, ଦିପ୍ତେଶୁ ସାମଲ, ଶୁଭଙ୍କର ମହାରଣା, ସତ୍ୟ ପ୍ରକାଶ ମହାନ୍ତି, ରାଜେଶ୍ ପଣ୍ଡୁଆ, ତୃପ୍ତି ତନିଶା ଦାସ, ପ୍ରକାଶ ମଲ୍ଲିକ, ମାଧୁରୀ ରାଉତ, ଗୌତମୀ ପାଢ଼ୀ, ପ୍ରମୁଖ ପରିଚାଳନା କରିଥିଲେ ।