Odiapua.com

ଏବିଭିପି ପକ୍ଷରୁ ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଗଠନ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ପକ୍ଷରୁ ନଗର ସମ୍ମିଳନୀ ଗାନ୍ଧିପଡ଼ିଆ ସ୍ଥିତ ସିତାରାମ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ରାଜ୍ୟ ସହ ସମ୍ପାଦକ ଆନନ୍ଦ ଶଙ୍କର ଦାସ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସହ-ସମ୍ପାଦକ ତଥା ବାଲେଶ୍ୱର ନଗର ସଂଗଠନ ସମ୍ପାଦକ ଅରିଜିତ୍ ପଟ୍ଟନାୟକ ଯୋଗ ଦେଇଥିଲେ ଶ୍ରୀମାନ ପଟ୍ଟନାୟକ ଏବିଭିପିର ଲକ୍ଷ୍ୟ, ଆଦର୍ଶ ଓ କାର୍ଯ୍ୟ ବିସ୍ତାର ବିଷୟରେ ନିଜର ଅଭିଭାଷଣ ରଖିଥିଲେ। ପୁରାତନ ନଗର ସମ୍ପାଦକ ଦେବାଶିଷ ଲାହା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ପୁରାତନ କାର୍ଯ୍ୟକାରୀଣି ଭଙ୍ଗ କରି, ନୂତନ କାର୍ଯ୍ୟକାରୀଣି ଘୋଷଣା କରିଥିଲେ।

ନୂତନ ନଗର ସଭାପତି ରୂପେ ବରିଷ୍ଠ ସାମ୍ବାଦିକ ରାଜେଶ୍ ଦାସ ଓ ନଗର ସମ୍ପାଦକ ରୂପେ ଛାତ୍ରନେତା ବିଶ୍ୱନାଥ ଲାହା ମନୋନୀତ ହୋଇଛନ୍ତି କ୍ଷ ଜିଲ୍ଲା ସଂଯୋଜକ ବଦ୍ରି ମୋହନ ରାଉତ, ଜିଲ୍ଲା ସହ ସଂଯୋଜକ ଜ୍ୟୋତିପ୍ରକାଶ ସାହୁ, ନଗର ସଂଗଠନ ସମ୍ପାଦକ ଗୋପବନ୍ଧୁ ଜେନାଙ୍କ ଉପସ୍ଥିତିରେ ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଥିଲା। ନୂତନ କାର୍ଯ୍ୟକାରିଣୀରେ ଉପ ସଭାପତି ଭାବରେ ସୁନୀତା ମହନ୍ତ, ଦେବାଶିଷ ଲାହା, ଦୀପକ ବେହେରା, ଇନ୍ଦ୍ରଜିତ ଦାସ, ସହ ସମ୍ପାଦକ ଭାବରେ ଶୁଭମ ରାଉତ, ବିଭୁ କିଶୋର ରାଉତ, ରାହୁଲ ଦେବ ସାହୁ, ବାମଦେବ ବାରିକ, ରୋହିତ ପଣ୍ଡା ଏବଂ ବରଦା ପ୍ରସନ୍ନ ନାୟକ, ଛାତ୍ରୀ ପ୍ରମୁଖ ମୋନାଲିସା ସାହୁ, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ପ୍ରିୟଙ୍କା ଦାଶ, କ୍ରୀଡା ପ୍ରମୁଖ ପୂର୍ଣ୍ଣିମା ଦାସ, ଏସ.ଫ.ଡି ପ୍ରମୁଖ ମନୋଜ କୁମାର ନାୟକ, ଏସ.ଏଫ.ଏସ ପ୍ରମୁଖ କିରଣ କୁମାର ନାୟକ, ଟି.ଏସ.ଭି.ପି ପ୍ରମୁଖ ସୌମ୍ୟ ବ୍ରତ ସାହୁ, ଜନ ସମ୍ପର୍କ ପ୍ରମୁଖ ଆଲୋକ ଦାସ, ଛାତ୍ର ସନ୍ଦେଶ ପ୍ରମୁଖ ସିଦ୍ଧାନ୍ତ ସାହୁ, କାର୍ଯ୍ୟ କାରିଣୀ ସଦସ୍ୟ ଭାବରେ ପାର୍ବତୀ ମିଶ୍ର, ଅମିତ ସ୍ୱାଇଁ, ଅଭିରାମ ସାହୁ, କବିତା ଦାସଙ୍କ ନାମ ଘୋଷଣା କରାଯାଇଛି। ନୂତନ ନଗର କାର୍ଯ୍ୟକାରିଣୀ ବୈଠକରେ ଅନୁଗୁଳରେ ଅନୁଷ୍ଠିତ ଆଗାମୀ ରାଜ୍ୟ ଅଧିବେଶନ ଏବଂ ଜିଲ୍ଲାର ସାଂଗଠାନିକ ସ୍ଥିତି ଓ ଶିକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା।