Odiapua.com

ଏବିଭିପି ପକ୍ଷରୁ ଛତ୍ରପତି ଶିବାଜୀ ଜୟନ୍ତୀ ପାଳିତ, ଶିବାଜୀଙ୍କ ଭଳି ରାଷ୍ଟ୍ର ଧର୍ମ ପ୍ରତି ସମର୍ପିତ ହେବାକୁ ଆହ୍ୱାନ

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହିନ୍ଦୁ ହୃଦୟ ସମ୍ରାଟ ମହାବୀର ଛତ୍ରପତି ଶିବାଜୀ ମହାରାଜଙ୍କ ତ୍ୟାଗ, ବୀରତ୍ୱ ଏବଂ ସଂଘର୍ଷର ଗାଥାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ଜିଲ୍ଲା ପକ୍ଷରୁ ଗାନ୍ଧିପଡ଼ିଆ ସ୍ଥିତ ସିତାରାମ କଲ୍ୟାଣ ମଣ୍ଡପ ସଭାଗୃହରେ ଶିବାଜୀ ମହାରାଜଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଧର୍ମ ରକ୍ଷା ରାଷ୍ଟ୍ର ରକ୍ଷା ଏବଂ ଅଖଣ୍ଡ ଭାରତରେ ହିନ୍ଦୁ ସାମ୍ରାଜ୍ୟ ବିସ୍ତାର ପାଇଁ ଯେଉଁଭଳି ଛତ୍ରପତି ଶିବାଜୀ ନିଜର ଅଦମ୍ୟ ସାହସ, ତ୍ୟାଗ, ସମର୍ପଣ ଭାବନା ରଖିଥିଲେ ତାହା ଆଜିର ଛାତ୍ର ଯୁବ ସମାଜ ପ୍ରେରଣା ନେବା ଆବଶ୍ୟକ ବୋଲି ମଂଚାସୀନ ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପୂର୍ବ ପ୍ରାନ୍ତର ସହ ସତସଙ୍ଗ ପ୍ରମୁଖ ଗୋବିନ୍ଦ ଚନ୍ଦ୍ର ରାଉତ, ଏବିଭିପି ଓଡ଼ିଶାର ପୂର୍ବତନ ରାଜ୍ୟ ସହ ସମ୍ପାଦକ ଆନନ୍ଦ ଶଙ୍କର ଦାସ, ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ ଏବଂ ଭଦ୍ରକ ନଗର ସମ୍ପାଦକ ବିଶ୍ୱନାଥ ଲାହା ମଂଚରେ ଉପସ୍ଥିତ ରହି ଶିବାଜୀଙ୍କ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିବା ବହୁ ବୁଦ୍ଧିଜୀବୀ ଛାତ୍ରଛାତ୍ରୀଙ୍କ ମ୍ମରୁ ଭଦ୍ରକର ଯୁବ ରାଷ୍ଟ୍ରୀୟ ବିଚାରକ ହିନ୍ଦୁ ସଙ୍ଗଠକ ବିଭୁ ଚନ୍ଦନ ଜେନା, ଯୁବ ସଙ୍ଗଠକ ରଞ୍ଜିତ ମହାପାତ୍ର, ରବି ସାହୁ, ମହିଳା କ୍ରୀଡ଼ାବିତ ରାଜଲକ୍ଷ୍ମୀ ଡାକୁଆ ଶିବାଜୀଙ୍କ ସଂଘର୍ଷପୂର୍ଣ ଜୀବନୀକୁ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏବିଭିପିର ଭଦ୍ରକ ଜିଲ୍ଲା ସହ ସଂଯୋଜକ ଅରବିନ୍ଦ ଷଢଙ୍ଗୀ, ବାଲେଶ୍ୱର ବିଭାଗ ସହ ଛାତ୍ରୀ ପ୍ରମୁଖ ପାର୍ବତୀ ମିଶ୍ର, ବିଭାଗ ରାଷ୍ଟ୍ରୀୟ କଳା ମଂଚ ସଂଯୋଜିକା ପ୍ରିୟଙ୍କା ଦାଶ, ଧାମନଗର ନଗର ସମ୍ପାଦକ ହିମାଂଶୁ ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାକେଶ କୁମାର ରାଉତ, ପୂର୍ବତନ ଜିଲ୍ଲା ସଂଯୋଜକ ଦୁର୍ଗା ଶଙ୍କର ଯେନା, ଭଦ୍ରକ ନଗର ସହ ସମ୍ପାଦକ ରାହୁଲ ଦେବ ସାହୁ, ଓଁକାର ମହାନ୍ତି, ସତ୍ୟ ପ୍ରକାଶ ମହାନ୍ତି, ତୁପ୍ତି ତନିଶା ଦାସ, ବୈଜୟନ୍ତୀ ଦାସ, ଆକାଶ ପଣ୍ଡା ପ୍ରମୁଖ ଅନୁଷ୍ଠିତ ଆଲୋଚନା ଚକ୍ର ପରିଚାଳନାରେ ସହଯୋଗ କରିଥିଲେ ।