Odiapua.com

ଏପ୍ରିଲ ୧୯ରେ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ୨୦ରେ ଆସୁଛନ୍ତି କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ ମୁଖତାର ଆବାସ ନକବୀ

ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପାଇଁ
– ମୟୁରଭଂଜ, ନୟାଗଡ ଏବଂ କଟକ ସଦରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ
– ସାଲେପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ ମୁଖତାର ଆବାସ ନକବୀ
ଭୁବନେଶ୍ୱର, ୧୮/୦୪ (ଓଡ଼ିଆ ପୁଅ) : ଆସନ୍ତାକାଲି ଏପ୍ରିଲ ୧୯ ତାରିଖ ଦିନ ଓଡିଶା ଗସ୍ତରେ ନିର୍ବାଚନ ପ୍ରଚାର କରିବା ପାଇଁ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ। ଶ୍ରୀ ସିଂହ ଆସନ୍ତାକାଲି ମୟୁରଭଂଜ, ନୟାଗଡ ଏବଂ କଟକ ସଦରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଏପ୍ରିଲ ୨୦ ତାରିଖ ଦିନ କେନ୍ଦ୍ର ସଂଖ୍ୟା ଲଘୁ ମନ୍ତ୍ରୀ ମୁଖତାର ଆବାସ ନକବୀ ଓଡିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ନକବୀ ସାଲେପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।