Odiapua.com

ଏପ୍ରିଲ ମାସରୁ ପ୍ରତ୍ୟେକ ରବିବାର ବନ୍ଦ ରହିବ ଶ୍ରୀମନ୍ଦିରର ସର୍ବସାଧାରଣ ଦର୍ଶନ

ପୁରୀ ୨୫-୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ଼କ୍ଟର କ୍ରିଷନ କୁମାରଙ୍କ ଅଧକ୍ଷତାରେ ଛତିଶା ନିଯୋଗ ବୈଠକ ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୋରୋନା ସଂକ୍ରମଣକୁ ଦୁଷ୍ଟିରେ ରଖି ଏପ୍ରିଲ ମାସରୁ ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସେ ଦିନ ଶ୍ରୀମନ୍ଦିର ପରିସର ଏବଂ ବ୍ୟାରିକେଡ଼ ବିଶୋଧନ କରାଯିବ। ଏ ସମ୍ପର୍କରେ ଖୁବ ଶୀଘ୍ର ପ୍ରଶାସନିକ ନିଷ୍ପତି ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ପରିବର୍ଦିତ ଦର୍ଶନ ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯିବ ବୋଲି ଆଲୋଚନା ହୋଇଛି। ଶ୍ରୀ ମନ୍ଦିର କୋଭିଡ କଟକଣା କଡାକଡି କାଯ୍ୟକାରୀ ନିମନ୍ତେ ବୈଠକରେ ସ୍ଥିର ହୋଇଛି। ସକାଳେ ମନ୍ଦିର ଖୋଲିବା ଏବଂ ମଙ୍ଗଳା ଆଳତି ବିଳମ୍ବ ହେଉଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ନିର୍ଦ୍ଧାରୀତ ସମୟରେ ଠାକୁରଙ୍କ ସେବାପୂଜା ଏବଂ ଭୋଗ କରିବା ପାଇଁ ସେବଙ୍କକୁ ପରାମର୍ଶ ଦେଇଛି ମନ୍ଦିର ପ୍ରଶାସନ। ଦୋଳପୁର୍ଣିମା ଓ ହୋଲି ପର୍ବ କୋଭିଡ ଗାଇଡ଼ଲାଇନ ଅନୁଯାଇ ଚଳିତବର୍ଷ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ସମର୍ଥବର୍ମା, ଏସପି କେ.ବିଶାଳ ସିଂ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଛତିଶା ନିଯୋଗର ମହାନାୟକ ଜର୍ଣ୍ଣାଧାନ ପାଟଯୋଶୀ ମହାପାତ୍ରଙ୍କ ସମେତ ବିବିର୍ଣ୍ଣ ସେବକ ନିଯୋଗର କର୍ମକତା ବୈଠକରେ ଉପସ୍ଥିତ ଥିଲେ।