Odiapua.com

ଏପିଓ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମହାତ୍ମା ଗାନ୍ଧୀ ନରେଗା ଅଧୀନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଏପିଓ (ଅତିରିକ୍ତ କାର୍ଯ୍ୟ ଅଧିକାରୀ )ମାନଙ୍କୁ ସ୍ଥାୟୀ କରା ଯାଉ ନାହିଁ। ଦୀର୍ଘ ୧୪ ବର୍ଷ ଧରି ସେମାନେ ଜିଲା ଏବଂ ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି।ଏପିଓ ମାନଙ୍କୁ ଆକସ୍ମିକ ପାଣ୍ଠିରୁ ଦରମା ଦିଆଯାଉଛି। ସମ୍ପୃକ୍ତ କର୍ମଚାରୀ ମାନଙ୍କର ପଦବୀକୁ ସ୍ଥାୟୀତ୍ୱ କରିବା ପାଇଁ ଏ ବାବଦରେ କର୍ମଚାରୀ ମାନେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏବଂ ସରକାରଙ୍କ ନିକଟରେ ଅଭିଯୋଗ କରି ଆସୁଛନ୍ତି। ହେଲେ ସେହି ଅଭିଯୋଗ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ।ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ରବିବାର ନିଜ ନିର୍ବାଚନ ମଣ୍ଡଳୀ ଧାମନଗର ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏପିଓ ସଂଘର ସଭାପତି ପିୟୁସ ରଂଜନ ରାଉତଙ୍କ ନେତୃତ୍ୱରେ ଶିକ୍ଷାମନ୍ତ୍ରୀ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇ ଏପିଓ ମାନଙ୍କ ଚାକିରୀକୁ ସ୍ଥାୟୀ କରିବା ପାଇଁ ନିବେଦନ କରାଯାଇଛି ।ଅଭିଯୋଗ ପତ୍ର ପ୍ରଦାନ ବେଳେ ଭଦ୍ରକ, ତିହିଡି, ଭଣ୍ଡାରିପୋଖରୀ, ବାସୁଦେବପୁରର ବ୍ଲକର ଏ ପି ଓ ଯଥାକ୍ରମେ ଅନିତା ପତି, କାମିନୀ ରାଣୀ ଓଝା ସୁଧାଂଶୁ ଶେଖର ନାୟକ ,ସ୍ନିଗ୍ଧା ରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏ ଦିଗରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରା ଯିବା ପରେ ଯାହା କରାଯିବ ବୋଲି ମନ୍ତ୍ରୀ କହଛନ୍ତି।