Odiapua.com

ଏନ.ୟୁ.ଜେ.(ଆଇ) ଜଗତସିଂହପୁର ଜିଲ୍ଲା ଶାଖାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଜଗତସିଂହପୁର ୨୫/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ଓଡିଶାର ବିଭିନ୍ନ ଜିଲ୍ଲରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ପୋଲିସ ପ୍ରଶାସନର ଦୁଃର୍ବ୍ୟବହାରକୁ ଜାତୀୟ ସାମ୍ବାଦିକ ସଂଘ, ଜଗତସିଂହପୁର ଜିଲ୍ଲା ଶାଖାର ସଭ୍ୟମାନେ ତୀବ୍ର ନିନ୍ଦା କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନକୁ ପ୍ରଣୟନ କରାଯାଇ କାର୍ଯ୍ୟକାରି କରାଯିବା ନିମନ୍ତେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଦାନ କରିଅଛନ୍ତି। ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ସରକାରି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଗ୍ରସ୍ତରେ ଥିବାହେତୁ ଏନ୍ .ୟୁ.ଜେ.ର ସଭ୍ୟମାନେ ଆଜି ଅପରାହ୍ନ ୫ଟାରେ ଉପଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ତାଙ୍କ କାର୍ଯର୍୍ୟାଳୟରେ ସାକ୍ଷାତ କରି ଚାରିଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଉ। ସରକାରି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ସାମ୍ବାଦିକମାନଙ୍କୁ ସେଦିନର ଭତ୍ତା ପ୍ରଦାନ କରାଯାଉ। ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟମାନଙ୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଠିକ୍ ସୂଚନା ପ୍ରଦାନ କରିବାରେ କୁଣ୍ଠାବୋଧ କରୁଥିବା ପଦସ୍ଥ ଅଧିକାରିଙ୍କୁ ସୂଚନା ପ୍ରଦାନ କରିବାଲାଗି ଲିଖିତ ନିର୍ଦ୍ଦେଶ ଦିଆଯାଉ। କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ପେନ୍ ସନ ବ୍ୟବସ୍ଥା କରାଯିବା ପାଇଁ ଜିଲ୍ଲାପ୍ରଶାସନ ଜରିୟାରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନ୍ .ୟୁ.ଜେ.ର ଜିଲ୍ଲା ସଭାପତି ମହେଶ୍ୱର ତ୍ରିପାଠୀ ଓ ସାଧାରଣ ସମ୍ପାଦକ ନୃସିଂହ ଚରଣ ବାରିକଙ୍କ ନେତୃତ୍ୱରେ ସାମ୍ବାଦିକ ଶ୍ରୀ ଅଜୟ କୁମାର ଜେନା, କାହ୍ନୁ ଚରଣ ନନ୍ଦ, ଶରତ କିଶୋର କାନୁନ୍ ଗୋ, ଲିଲନ୍ ପ୍ରଭା ପାଢି, ତାରାପଦ ମହାନ୍ତି, ବିଜୟ କୁମାର ସ୍ୱାଇଁ, ଶ୍ରୀକାନ୍ତ ଦାସ ଓ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।