Odiapua.com

ଏନ.ଟି.ଏସ.ଇ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କଲେ ଦେବୀପ୍ରସନ୍ନ

ହାଟଡିହି- ୨୦/୫ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) ଏନ.ଟି.ଏସ.ଇ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟସ୍ଥାନ ହାସଲ କରିଛନ୍ତି ସେଣ୍ଟଜାଭିୟର ହାଇସ୍କୁଲ ଚଣ୍ଡୀବିରଞ୍ଚିପୁର ର ଛାତ୍ର ଦେବୀ ପ୍ରସନ୍ନ ପଟ୍ଟନାୟକ। ଆଜି ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ଏହି ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ଦେବୀପ୍ରସନ୍ନ ମୋଟ ୩୦ମାର୍କ ମଧ୍ୟରୁ ୨୯ମାର୍କ ରଖି ଦ୍ୱିତୀୟ ସ୍ଥାନ ହାସଲ କରିବା ସହ ରାଜ୍ୟରେ ପ୍ରଥମସ୍ଥାନ ହାସଲ କରିଛନ୍ତି। ଏହି ପରୀକ୍ଷାପାଇଁ ଏକଘଣ୍ଟା ସମୟ ଦିଆଯାଇଥିବାବେଳେ ସେ ମାତ୍ର ୩୨ମିନିଟ ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଫଳରେ ସେ ଏନ.ଟି.ଏସ.ଇ ପକ୍ଷରୁ ମାସକୁ ମାସ ଛାତ୍ରବୃତ୍ତି ପାଇପାରିବେ। ସେ ଗତ ଡିସେମ୍ବରରେ ଏନ.ଟି.ଏସ.ଇ ର ପ୍ରଥମପର୍ଯ୍ୟାୟ ପରୀକ୍ଷାରେ ସମଗ୍ର ରାଜ୍ୟରେ ଦ୍ୱିତୀୟସ୍ଥାନ ହାସଲ କରିପାରିଥିଲେ।ଏହି ସଫଳତାର ଶ୍ରେୟ ସେ ତାଙ୍କର ବାପା, ମା ଓ ବଡମା ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଇଛନ୍ତି। ଆଜିର ଏହି ସଫଳତା ପରେ ତାଙ୍କ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସେ ହାଟଡିହିର ଧବଳେଶ୍ୱର ପଟ୍ଟନାୟକ ଓ ମଧୁସ୍ମୀତା ମହାନ୍ତିଙ୍କ ଏକମାତ୍ର ପୁଅ ଅଟନ୍ତି। ସେ କେବଳ ଏହି ପରୀକ୍ଷା ନୁହଁ ସେ ଛୋଟବେଳୁ ଅନେକ ପରୀକ୍ଷାରେ ସଫଳତା ଅର୍ଜନ କରି ନିଜର ମେଧାବୀର ପରିଚୟ ଦେଇଆସିଛନ୍ତି। ତାଙ୍କୁ ଏହି ସଫଳତା ମିଳିବାପରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ସରପଞ୍ଚ ଚିନ୍ମୟ ନାୟକ, ସୁଧାକର ଓଝା ପ୍ରମୁଖ ତାଙ୍କ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।