Odiapua.com

ଏନକାଉଣ୍ଟରରେ ଦୁଇ ଇନାମୀ ମହିଳା ନକ୍ସଲ ମୃତ

ଦନ୍ତେୱାଡା ୧୭-୧୨ (ଓଡ଼ିଆ ପୁଅ) ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ସୀମାବର୍ତ୍ତୀ ଜିଲ୍ଲା ଦନ୍ତେୱାଡାରେ ମାଓବାଦୀଙ୍କ ସହ ଏନକାଉଣ୍ଟରେ ଦୁଇଜଣ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ପୋଲିସ୍ କହିଛି।
ଉଭୟ ମହିଳାଙ୍କ ଉପରେ ସରକାର ପୂର୍ବରୁ ପୁରସ୍କାର ମଧ୍ୟ ଘୋଷଣା କରିଥିଲେ।
ଗୋଣ୍ଡେରାସ ଜଙ୍ଗଲରେ ଏହି ଏନକାଉଣ୍ଟର ସକାଳ ପ୍ରାୟ ୫.୩୦ ସମୟରେ ଆରମ୍ଭ ହୋଇଥିଲା।