ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତା ଆଜି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଅଛି । ଏପରିକି ଦୁଇଟି ବାଇକ ପାସ କରିବା ବିପଦପୂର୍ଣ୍ଣ ହୋଇଅଛି । ରାସ୍ତାଟିର ନିର୍ମାଣ ସଂସ୍ଥା ରକ୍ଷଣାବେକ୍ଷଣ ଅବଧି ସମୟ ସରିଯାଇ ଥିବାରୁ ଧ୍ୟାନ ଦେଉନଥିଲା ବେଳେ ଗ୍ରାମ୍ୟ ଉନୟନ୍ ବିଭାଗର ମଧ୍ୟ ରାସ୍ତା ପ୍ରତି ଦୃଷ୍ଟି ନାହିଁ । କେନାଲ ରାସ୍ତା ହୋଇଥିବାରୁ ଆରମ୍ଭରୁ ରାସ୍ତାଟି ଅଣଓସାରିଆ ଭବେ ନିର୍ମିତ ହୋଇ ଥିଲାବେଳେ ଏବେ ଦୁଇ ପଟେ ଘାସ ଘମା, କଂଟା ଗଛ ରେ ଭର୍ତି ହୋଇ ରାସ୍ତାଟିକୁ ବିପଦପୂର୍ଣ୍ଣ କରିଅଛି । ୧.୮କିଲୋ ମିଟର ଦାର୍ଘ୍ ବିଶିଷ୍ଟ ଏହି ରାସ୍ତା ସରସଦା ଗ୍ରାମ ପଂଚାୟତର ସବୁଠାରୁ ବଡ଼ ଗାଁ ପିରିପୁରକୁ ଯାଇଅଛି । ବିଶେଷ ଭାବେ ରାଜପଥରୁ ହରିଜନ ସାହି କୀର୍ତନ ମଣ୍ଡପ ପର୍ଯ୍ୟନ୍ତ ଆଠ ଶହ ମିଟର ପିଚୁ ସମ୍ପୂର୍ଣ ନଷ୍ଟ ହୋଇ ନାହିଁ ହିଡ ଭଳି ମଝି ଅଂଶ ୧୦ରୁ ୧୫ସେଂଟି ମିଟର ଉଠି ଯାଇଅଛି । ଦୁଇଟି ବାଇକ ପାସ କରିବା ବେଳେ ସମସ୍ୟା ପାଲଟୁଛି । ଏହି ରାସ୍ତାକୁ ପୁନନିର୍ମାଣ କରିବାକୁ ଏସଡିଓ ରଂଜନ ନାୟକଙ୍କ ଠାରେ ଯୁବ ନେତା ରାମଚନ୍ଦ୍ର ସେନାପତିଙ୍କ ସମେତ ପିରିପୁର ବାସୀ ନିବେଦନ କରିଛନ୍ତି ।