Odiapua.com

ଏଣ୍ଡ୍ରେଏଡ ମୋବାଇଲ ଫୋନ ପାଇଁ ଦାଦାନ ଖଟିବାକୁ ଯାଉଥିବା ବେଳେ ନବଦୋୟ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର ସହ ୫ଜଣ ନାବାଳକ ଉଦ୍ଧାର

ମାଲକାନଗିରି,୧୯ା୧୦(ଓଡିଆ ପୁଅ ) କରୋନା ମହାମାରି ଯୋଗୁ ସ୍କୁଲ କଲେଜ ସବୁ ବନ୍ଦଥିବାରୁ ଛାତ୍ର ଛାତ୍ରୀମାନଙ୍କୁ ଏଣ୍ଡ୍ରେଏଡ ମୋବାଇଲ ଫୋନ ମାଧ୍ୟମରେ ଅନଲାଇନରେ ପାଠପଢା ହେଉଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ର ଅଧିକାଂଶ ଛାତ୍ର ଓ ସେମାନଙ୍କ ଅଭିଭାବକ ମାନଙ୍କ ନିକଟରେ ମୋବାଇଲ ଫୋନ ନଥିବାରୁ ଅନଲାଇନ ପାଠପଢା ସେମାନଙ୍କ ପାଇଁ ସ୍ୱପ୍ନପାଲଟି ଯାଇଛି । ମେଧାବି ଛାତ୍ର ଛାତ୍ରୀ ମାନେ ପାଠପଢି ନପାରି କିଏ ଗାଇଚରାଉଛି ତ ଆଉକିଏ କୁଲିବୃତି କାମକରୁଛି । ଅନଲାଇନ ରେ ପାଠପଢିବା ପଇଁ ମୋବାଇଲ ଫୋନ ନଥିବାରୁ ଏଣ୍ଡ୍ରେଏଡ ମୋବାଇଲ ଫୋନ କିଣିବା ଲାଗି ଅର୍ଥ ଯୋଗଡ କରିବା ପାଇଁ ମାଲକାନଗିରି ଜିଲ୍ଲାର ଜଣେ ୯ମ ଶ୍ରେଣୀର ମେଧାବୀ ଗରିବ ଆଦିବାସୀ ଛାତ୍ର ବାହାର ରାଜ୍ୟକୁ ଦାଦାନ ଖଟିବାକୁ ଯିବାପାଇଁ ମନସ୍ଥ କରି ଜଣେ ଦଲାଲଙ୍କ ହାବୁଡରେ ପଡି ଯାଇଥିଲା । ମାଲକାନଗିରି ବ୍ଲକ ସିନ୍ଧନ୍ଧ୍ରିମାଳ ପଚାଂୟତ ସ୍ଥ ବିଜାଘାଟି ଆଦିବାସୀ ଗ୍ରାମର ସୁରେନ୍ଦ୍ର ଖରା ଯିଏକି ମାଲକାନଗିରି ଜବାହର ନବଦୋୟ ବିଦ୍ୟାଳୟର ୯ମ ଶ୍ରେଣୀର ଜଣେ ମେଧାବୀ ଛାତ୍ର କରୋନା କଟକଣା ପାଇଁ ବିଦ୍ୟାଳୟ ବନ୍ଦ ରହି ଅନଲାଇନରେ କ୍ଲାସ ଆରମ୍ଭ ହୋଇଯାଇ ଥିଲେ ମଧ୍ୟ ସୁରେନ୍ଦ୍ର ନିକଟରେ ଏଣ୍ଡ୍ରେଏଡ ମୋବାଇଲ ଫୋନ ନଥିବାରୁ ସେ ଅନଲାଇନରେ ପାଠପଢିପାରୁନଥିଲେ । ପିରବାର ଅତ୍ୟନ୍ତ ଗରିବ ହୋଇଥିବାରୁ ମୋବାଇଲ ଫୋନ ସେମାନଙ୍କ ପକ୍ଷେ କ୍ରୟ କରିବା ଅସମ୍ଭବ ହୋଇପଡିଥିଲା । ଯାହା ହେଲେ ସୁରେନ୍ଦ୍ରକୁ ପାଠପଢିବାକୁ ଇଚ୍ଛା ଥିବାରୁ ଗାଁର କିଛି ତାର ସାଙ୍ଗ ଆନ୍ଦ୍ରପ୍ରଦେଶ ଭଦ୍ରାଚଳମକୁ କାମକରିବା ପାଇଁ ଯାଉଥିବାର ଦେଖି ସୁରେନ୍ଦ୍ର ମଧ୍ୟ ସେମାନଙ୍କ ସହିତ କାମ କରିବାପାଇଁ ବାହାରିଥିଲା । ମାଲକାନଗିରି ଆର୍ଶିବାଦ କଲୋନିର ଅସିମ ସର୍ଦାର ନାମକ ଜଣେ ଦଲାଲ ସୁରେନ୍ଦ୍ର ସହିତ ଅନ୍ୟ ୫ଜଣଙ୍କୁ ଏକ ଅଟୋରିକ୍ସାରେ ବସାଇ ବସଷ୍ଟାଣ୍ଡକୁ ନେଉଥିବା ବେଳେ ପିଲାମାନେ ପଚାରିଥିଲେ ଆମକୁ କେଉଁଠାକୁ କାମକରିବାକୁ ଯିବାକୁ ହେବ .ା ସେ ଦଲାଲ କହିଥିଲା ଭଦ୍ରାଚଳମରେ କାମ ମିଳିବ ନାହିଁ ତେଣୁ ତୁମମାନଙ୍କୁ ବେଙ୍ଗାଲୁର କୁ ଯିବାକୁ ପଡିବ । ସେ ପିଲାମାନେ କହିଥିଲେ ଆମେ ଏତେଦୁରକୁ ଗଲେ ଘରକୁ ଆସିବାପାଇଁ ଅସୁବିଧା ହେବ । ଏମିତି ସେମାନଙ୍କ କଥା ବାର୍ତା ଭିତରେ ସେହି ରାସ୍ତାରେ ଯାଉଥିବା ଜୟ ମାଲକାନଗିରି ଗୃପର ବସନ୍ତ ନାୟକ,ବରୁଣ ଦୁରୁକା,ମାନସ ବେହେରା,ଓ ବଡ ଦିଦି ଟିମ ଏହା ଦେଖିପାରି ସନ୍ଦେହକରି ଥିଲେ । ସେ ଅଟୋ ନିକଟକୁ ଯାଇ ପଚାରିବାରୁ ପିଲାମାନେ କହିଥିଲେ ଆମକୁ ବେଙ୍ଗାଲୁରକୁ ଦାଦନଖଟିବା ପାଇଁ ନେଇଯାଉଛନ୍ତି । ଏହା ଶୁଣି ଜୟ ମାଲକାନଗିରି ଗୃପର ଯୁବ ଗୋଷ୍ଠି ମାଲାକନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କୁ ଫୋନକରି ଜଣାଇଥିଲେ । ମାଲାକନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ସେ ପିଲାମାନଙ୍କୁ ଦଲାଲ ନିକଟରୁ ଉଦ୍ଧାର କରି ଦଲାଲ ଅସିମ ସର୍ଦାରକୁ ପୁଲିସ ଗିରଫ କରିଥିଲେ । ଉଦ୍ଧାର ପିଲାମାନଙ୍କୁ ଥାନାକୁ ନେଇପଚାର ଉଚରା କରିବାରୁ ଜଣାପଡିଥିଲା । ଦାଦନ ଖଟିବାକୁ ଯାଉଥିବା ପିଲାମାନଙ୍କ ମଧ୍ୟରେ ଜଣେ ନବଦୋୟ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର ସୁରେନ୍ଦ୍ର ଖରା ସହିତ ସିନ୍ଧ୍ରୀମାଳ ପଚାଂୟତର ଅଭିଗୋଲରୀ(୧୭),ଶଙ୍କର କବାସୀ(୧୫),ପେଦା କବାସୀ(୧୫)ଜୟରାମଖିଲ(୨୧) ରହିଛନ୍ତି । ଉଦ୍ଧାର ପିଲାମାନଙ୍କୁ ପୁଲିସ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରିଦେଇଛନ୍ତି । ସୁରେନ୍ଦ୍ର ଖରା ଯେପରି ଅନଲାଇନରେ ପାଠପଢିବ ସେଥିପ୍ରତି ଗୁରତ୍ୱ ଦେଇ ଜୟ ମାଲକାନଗିରି ଯୁବଗୋଷ୍ଟି ମାନେ ଛାତ୍ର ପାଇଁ ବହି,ଖାତା କଲମ,ପାଠ୍ୟଉପକରଣ କିଣିଥିଲେ ଓ ଏ ସଂପର୍କରେ କାଲିମେଳା ତହସିଲଦାର ଅଲୋକ କୁମାର ଅନୁଗୁଳିଆ ଙ୍କୁ ଜଣାଇବାରୁ ସେ ୧୦ହଜାର ଟଙ୍କା ମୂଲ୍ୟର ଏକ ସ୍ମାର୍ଟମୋବାଇଲ ଫୋନ କ୍ରୟକରିଥିଲେ । ଜୟ ମାଲକାନଗିରି ଗୃପର ରବିରାଜେଶ ଙ୍କ ନେତୃତ୍ୱରେ ତହସିଲଦାର ଆଲୋକକୁମାର ଅନୁଗୁଳିଆ,ଜୟ ମାଲକାନଗିରି ଗୃପର ସନ୍ତୋଷକ୍ରୀଶାନି,ହିମାଶୁଂ ନନ୍ଦି,ଅଭିଶେକ ବାଘ,ସୁନିଲ ସେଠି,ବିଜାଘାଟି ଗ୍ରାମ କୁ ଯାଇ ଛାତ୍ର ସୁରେନ୍ଦ୍ର ଖରା ଓ ତାଙ୍କ ପରିବାରଙ୍କୁ ଭେଟି ମୋବାଇଲ ଫୋନ ସହ ପାଠ୍ୟଉପକରଣ ପ୍ରଦାନ କରିଥିଲେ । ସୁରେନ୍ଦ୍ର କୁ ଦାଦାନଖଟିବାକୁ ଆଉ ବାହର ରାଜ୍ୟକୁ ପଠାଇବେ ନାହିଁ ବୋଲି ପିରବାର ଲୋକଙ୍କୁ ଶ୍ରୀ ଅନୁଗୁଳିଆ ପରାମର୍ଶ ଦେଇଥିଲେ । ତାର ସମସ୍ତ ପାଠପଢା ଖର୍ଚ ତହସିଲଦାର ଶ୍ରୀ ଅନୁଗୁଳିଆ ବହନକରିବେ ବୋଲି ପରିବାର ଲୋକଙ୍କୁ ପ୍ରତିସୃତି ଦେଇଛନ୍ତି ।